ଆଜି ବିଶ୍ୱ ପରିବେଶ ଦିବସ: ଚଳିତ ବର୍ଷର ଥିମ୍ ‘ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ’
ଏହି ଦିବସର ମୂଳ ଉଦ୍ଦେଶ୍ୟ ବିଷୟରେ ଜାଣନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ
ଆଜିର ତାରିଖ ୫ ଜୁନ ୨୦୨୫
ବିଶ୍ୱ ପରିବେଶ ଦିବସ ପ୍ରତି ବର୍ଷ ଜୁନ ମାସ ୫ ତାରିଖ ଦିନ ପାଳନ କରାଯାଏ। ପରିବେଶପ୍ରତି ସକାରାତ୍ମକ ଜନ ଜାଗ୍ରତି ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ (United Nations Conference on the Human Environment) ୫ରୁ ୧୬ ଜୁନ ୧୯୭୨ ଯାଏ ଚାଲିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି (United Nations General Assembly)ଦ୍ୱାରା ୧୯୭୨ରେ ପ୍ରତିଷ୍ଠା କରାଯାଇଥିଲା। ଏହା ପର ଠାରୁ ପ୍ରଥମ ବିଶ୍ୱ ପରିବେଶ ଦିବସ ୧୯୭୩ରେ ପାଳିତ ହୋଇଥିଲା। ଚଳିତ ବର୍ଷର ଥିମ୍ ‘ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ’।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ନାରାୟଣ ମଲହର ଯୋଶୀ (୫ ଜୁନ ୧୮୭୯ – ୩୦ ମଇ ୧୯୫୫), ଭାରତରେ ‘ଟ୍ରେଡ୍ ୟୁନିୟନ ଆନ୍ଦୋଳନ’ର ପିତା। ୧୯୨୦ ମସିହାରେ କଂଗ୍ରେସରେ କମ୍ୟୁନିଷ୍ଟଙ୍କ ପ୍ରଭାବ ଯୋଗୁଁ ସେ କଂଗ୍ରେସ ଛାଡି ‘ଟ୍ରେଡ୍ ୟୁନିୟନ କନଫେଡେରେସନ୍’ ନାମରେ ଏକ ନୂଆ ସଂଗଠନ ଗଠନ କରିଥିଲେ। ଏବଂ ୧୯୨୯ ପର୍ଯ୍ୟନ୍ତ ଏହାର ସମ୍ପାଦକ ଥିଲେ। ୧୯୪୭ ଖ୍ରୀଷ୍ଟାବ୍ଦରେ ସେ ‘କେନ୍ଦ୍ରୀୟ ବେତନ ଆୟୋଗ’ର ସଦସ୍ୟ ଥିଲେ। ସେସ ମହିଳା ଏବଂ ଶିଶୁମାନଙ୍କ ପାଇଁ ଅନେକ ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ। ଶିଳ୍ପ ତାଲିମ ପାଇଁ ସେ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିଥିଲେ।
୨. ମହମ୍ମଦ ଇସମାଇଲ (୫ ଜୁନ ୧୮୯୬-୫ ଏପ୍ରିଲ ୧୯୭୨), ଜଣେ ଭାରତୀୟ ରାଜନେତା, ସମାଜସେବୀ ଏବଂ ବ୍ରିଟିଶ ଭାରତ ବିଭାଜନ ପରେ ଇଣ୍ଡିଆନ୍ ୟୁନିୟନ ମୁସଲିମ୍ ଲିଗ୍ ର ପ୍ରତିଷ୍ଠାତା, ଯିଏ “କଏଦ-ଏ-ମିଲ୍ଲତ” (“ନେତା” ଭାବରେ ଜଣାଶୁଣା।
୩. ରମେଶ କ୍ରିଷ୍ଣନ, ଜଣେ ଭାରତୀୟ ଟେନିସ୍ ପ୍ରଶିକ୍ଷକ ଏବଂ ପୂର୍ବତନ ଟେନିସ୍ ଖେଳାଳି। ୧୯୭୦ ଦଶକର ଶେଷ ଭାଗରେ ଜୁନିୟର ଭାବେ ସେ ୱିମ୍ବଲଡନ୍ ଓ ଫ୍ରେଞ୍ଚ ଓପନ୍ ରେ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଥିଲେ। ସେ ହେଉଛନ୍ତି ଭାରତର ଜଣେ ପ୍ରସିଦ୍ଧ ଟେନିସ୍ ଖେଳାଳି ରାମନାଥନ କ୍ରିଷ୍ଣନଙ୍କ ପୁଅ। ୧୯୯୮ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।
୪. ଯୋଗୀ ଆଦିତ୍ୟନାଥ, ଜଣେ ଭାରତୀୟ ରାଜନେତା, ୧୯ ମାର୍ଚ୍ଚ ୨୦୧୭ରୁ ଉତ୍ତରପ୍ରଦେଶର ୨୨ତମ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ସେ ବିଜେପିର ସଦସ୍ୟ। ସେ ୧୯୯୮ ମସିହାରୁ ଲଗାତାର ୫ ଥର ଉତ୍ତରପ୍ରଦେଶର ଗୋରଖପୁର ନିର୍ବାଚନ ମଣ୍ଡଳୀରୁ ସାଂସଦ ଅଛନ୍ତି।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ମାଧବରାଓ ସଦାଶିବରାଓ ଗୋଲୱାଲକର (୧୯ ଫେବୃଆରୀ ୧୯୦୬ – ୫ ଜୁନ ୧୯୭୩), ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଦ୍ୱିତୀୟ ମୁଖ୍ୟ। ଗୋଲୱାଲକରଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅନ୍ୟତମ ପ୍ରଭାବଶାଳୀ ଏବଂ ପ୍ରମୁଖ ବ୍ୟକ୍ତିତ୍ୱ ଭାବରେ ବିବେଚନା କରାଯାଏ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୬୫୯ – ମୋଗଲ ସାମ୍ରାଜ୍ୟର ଶାସକ ଔରଙ୍ଗଜେବ ଆନୁଷ୍ଠାନିକ ଭାବେ ଦିଲ୍ଲୀର ସିଂହାସନରେ ବସିଥିଲେ।
୧୮୨୭ – ଗ୍ରୀକ ସ୍ୱାଧୀନତା ସଂଗ୍ରାମ ସମୟରେ ତୁର୍କୀମାନେ ଆକ୍ରୋପୋଲିସ ଏବଂ ଏଥେନ୍ସକୁ ଦଖଲ କରିଥିଲେ।
୧୯୧୨ – ଆଜିର ଦିନରେ ଆମେରିକୀୟ ନୌସେନା ତୃତୀୟ ଥର ପାଇଁ କ୍ୟୁବା ଉପରେ ଆକ୍ରମଣ କରିଥିଲା।
୧୯୧୫ – ଡେନମାର୍କ ଏହି ଦିନ ନିଜର ସମ୍ବିଧାନରେ ସଂଶୋଧନ କରି ମହିଳାମାନଙ୍କୁ ମତଦାନର ଅଧିକାର ଦେଇଥିଲା।
୧୯୪୨ – ଆମେରିକା ଏହି ଦିନ ବୁଲଗେରିଆ, ହଙ୍ଗେରୀ ଏବଂ ରୋମାନିଆରେ ଯୁଦ୍ଧ ଘୋଷଣା କରିଥିଲା।
୧୯୬୮ – ଆମେରିକାର ପ୍ରସିଦ୍ଧ ସାଂସଦ ରବର୍ଟ କ୍ୟାଣ୍ଡିଙ୍କ ଉପରେ ଆମେରିକାର ଏକ ହୋଟେଲରେ ମରଣାନ୍ତକ ଆକ୍ରମଣ ହୋଇଥିଲା।
୧୯୭୭ – ଆପଲ ଏହି ଦିନ ଆପଲ ୨ କମ୍ପ୍ୟୁଟର ଲଞ୍ଚ କରିଥିଲା।
୧୯୯୦ – ସୋଭିଏତ ସଂଘର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କୁ ଏହି ଦିନ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।
୨୦୦୨ – ଆଜିର ଦିନରେ ଭାରତୀୟ ସୀମାରେ ସାଧାରଣ ପାଟ୍ରୋଲିଂ ପ୍ରସ୍ତାବକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଥିଲା।
୨୦୧୩ – ଏହି ଦିନ ନୱାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ।
୨୦୧୭ – “GSLV MARK-3D-1” ଏହି ଦିନ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା।