ମହୁଆ ମୋଇତ୍ରଙ୍କୁ ବିବାହ କଲେ ପିନାକୀ ମିଶ୍ର!

ଜର୍ମାନୀରେ ଡେଷ୍ଟି ନେସନ ୱେଡିଂ

ନୂଆଦିଲ୍ଲୀ, ୦୫/୦୬: ଓଡ଼ିଶାର ବିଜେଡ଼ି ନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ରଚର୍ଚ୍ଚାରେ ହାଇ ପ୍ରୋଫାଇଲ୍ ବିବାହ। ଓଡ଼ିଶାର ବିଜେଡ଼ି ନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ପଶ୍ଚିମବଙ୍ଗର ଟିଏମସି ନେତ୍ରୀ ତଥା ସାଂସଦ ମହୁଆ ମୋଇତ୍ରଙ୍କ ମଧ୍ୟରେ ବିବାହ ହୋଇଛି। ଜାତୀୟ ଗଣମାଧ୍ୟମ ‘ଦି ଟେଲିଗ୍ରାଫ’ରେ ଏ ସମ୍ପର୍କରେ ଏକ ଖବର ପ୍ରକାଶ ପାଇବା ପରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି।

ରିପୋର୍ଟରେ କୁହାଯାଇଛି ଯେ, ପିନାକୀ ଓ ମହୁଆ ଜର୍ମାନୀରେ ନିକଟ ସମ୍ପର୍କୀୟଙ୍କ ଗହଣରେ ଡେଷ୍ଟିନେସନ ୱେଡିଂ କରିଛନ୍ତି। ଉଭୟଙ୍କ ଫଟୋ ସାମନାକୁ ଆସିଥିବା ବେଳେ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ପିନାକୀ ମିଶ୍ରଙ୍କ ବୟସ ୬୫ ବର୍ଷ ହୋଇଥିବା ବେଳେ ମହୁଆଙ୍କ ବୟସ ୫୦ ବର୍ଷ। ପିନାକୀ ପୁରୀର ପୂର୍ବତନ ଏମପି। ପିନାକୀଙ୍କ ପ୍ରଥମ ବିବାହ ସଙ୍ଗୀତା ମିଶ୍ରଙ୍କ ସହିତ ହୋଇଥିଲା। ପିନାକୀ ଏବଂ ସଙ୍ଗୀତା ୧୬ ଜାନୁଆରୀ ୧୯୮୪ରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ତାଙ୍କ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ହୋଇଥିଲା। ଯାହା ପରେ ସେ ବର୍ତ୍ତମାନ ପିନାକୀ ମହୁଆଙ୍କୁ ବିବାହ କରିଛନ୍ତି।

ମହୁଆ ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର କୃଷ୍ଣ ନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚନ ଜିତିଥିଲେ। ୨୦୨୪ରେ ମହୁଆ ଦ୍ୱିତୀୟ ଥର ପାଇଁ ସେହି ଆସନରୁ ନିର୍ବାଚିତ ହୋଇଥିଲେ। ତେବେ ମହୁଆଙ୍କ ପ୍ରଥମ କାର୍ଯ୍ୟକାଳ ବହୁ ବିବାଦ ମଧ୍ୟରେ ଫସିଥିଲା। ସେ କ୍ୟାସ ଫର କ୍ୟୋଶ୍ଚିନ ଭଳି ବିବାଦ ମଧ୍ୟରେ ଛନ୍ଦି ହୋଇ ଯାଇଥିଲେ।