RCB ବିଜୟ ଉତ୍ସବରେ ଦଳାଚକଟା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲା RCB

ଗଠନ ହେବ RCB କେୟାର୍ସ ପାଣ୍ଠି

ବେଙ୍ଗାଲୁରୁ, ୦୫/୦୬: ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ପରିସରରେ ସୃଷ୍ଟି ହୋଇଥିବା ଦଳାଚକଟାରେ ୧୧ ଜଣ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ଏହା ସହ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ‘ଆରସିବି କେୟାର୍ସ’ ନାମରେ ଏକ ପାଣ୍ଠି ଗଠନ କରିବାକୁ ଆରସିବି ଏକ ବିବୃତ୍ତିରେ ଘୋଷଣା କରିଛି।

ବେଙ୍ଗାଲୁରୁରେ ଆରସିବିର ପ୍ରଥମ ଆଇପିଏଲ୍ ବିଜୟ ଉତ୍ସବ ପାଳନ କରିବା ପାଇଁ ଏକ ସମାରୋହ ଆୟୋଜନ କରାଯାଇଥିଲା। ନିଜ ଫ୍ୟାନ୍ସମାନଙ୍କ ଝଲକ ପାଇବା ପାଇଁ ୩୫ ହଜାର ସିଟ୍ ବିଶିଷ୍ଟ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ପରିସରରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଫଳରେ ପ୍ରବଳ ଭିଡ଼ରେ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ସଂଖ୍ୟକ ଆହତ ହୋଇଥିଲେ। ମୃତକଙ୍କ ପରିବାରକୁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ୍ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିବା ବେଳେ କର୍ଣ୍ଣାଟକ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।