ଜୁନ ୧୨ରେ ଓଡ଼ିଶା ଆସିବେନି ପ୍ରଧାନମନ୍ତ୍ରୀ

ଘୁଞ୍ଚିଲା ମୋଦିଙ୍କ ଓଡ଼ିଶା ଗସ୍ତ ତାରିଖ  

ଭୁବନେଶ୍ୱର, ୦୭/୦୬: ଘୁଞ୍ଚିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ତାରିଖ। ପୂର୍ବରୁ ୧୨ ଜୁନରେ ଓଡ଼ିଶା ଆସିବା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଥିବା ବେଳେ ଆଜି ୨୦ ଜୁନରେ ଓଡ଼ିଶା ଆସିବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ। ୧୨ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୧୨ର ମୂଳ କାର୍ଯ୍ୟ ୨୦ ତାରିଖକୁ ଘୁଞ୍ଚା ଯାଇଛି। ୨୦ ତାରିଖ ଶେଷ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।