ଆସନ୍ତା ବର୍ଷ ବାଂଲାଦେଶରେ ସାଧାରଣ ନିର୍ବାଚନ
୧୦ ମାସ ଧରି ଅନ୍ତରୀଣ ସରକାର ମୁଖ୍ୟ ରହିବା ପରେ ମହମ୍ମଦ ୟୁନୁସଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ, ୦୭/୦୬: ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ୧୦ ମାସ ପରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ୍ ୨୦୨୬ ଏପ୍ରିଲ ପ୍ରଥମାର୍ଦ୍ଧରେ ବାଂଲାଦେଶରେ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି। ଆଗାମୀ ଦିନରେ ନିର୍ବାଚନ ଆୟୋଗ ବିସ୍ତୃତ ତଥ୍ୟ ପ୍ରଦାନ କରିବେ ବୋଲି ୟୁନୁସ୍ କହିଛନ୍ତି।
ସୂଚନାଯୋଗ୍ୟ, ୧୯୭୧ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଓ ସମ୍ପର୍କୀୟଙ୍କ ପାଇଁ ୩୦ ପ୍ରତିଶତ ଚାକିରି ସଂରକ୍ଷଣ କୋଟାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିବା ପରେ ଅଗଷ୍ଟ ୫ ତାରିଖରେ ଶେଖ୍ ହସିନାଙ୍କୁ ପଦରୁ ବିଚ୍ୟୁତ କରାଯାଇଥିଲା। ଏହି ଆନ୍ଦୋଳନରେ ୩୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା। ଏହା ପରେ ଅଗଷ୍ଟ ୭ ତାରିଖରେ ନୋବେଲ ଶାନ୍ତି ବିଜେତା ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା।
ହେଲେ ଦେଶର ବିରୋଧୀ ଦଳ ଓ ସାଧାରଣ ଜନତାଙ୍କୁ ପକ୍ଷରୁ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଦାବି ହୋଇ ଆସୁଥିଲା। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସମେତ ବିଭିନ୍ନ ରାଜନୈତିକ ଦଳ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନିର୍ବାଚନ କରିବାକୁ ଦାବି କରୁଥିଲେ।