ପାର୍ଟିରେ ମସଗୁଲ ପୋଲିସ ବାବୁ

ଆକ୍ସନ ନେଲେ ଏସପି

ବାଲେଶ୍ବର, ୦୭/୦୬: କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୫ ଜଣ ପୋଲିସ ବାବୁଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ଏସପି। ଜଣେ ହାବିଲଦାର ଓ ୪ ଜଣ କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ଏସପି ରାଜ ପ୍ରସାଦ।

ମିଳିଥିବା ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ଏହି ୫ ପୋଲିସ ଅଧିକାରୀ କାର୍ଯ୍ୟରତ ଥିବା ସମୟରେ ଜଣେ ପୋଲିସ ଅଧିକାରୀଙ୍କ ଜନ୍ମଦିନ ପାଳନ କରୁଥିଲେ। ଯାହା ଫଳରେ ଡ୍ୟୁଟିରେ ଥାଇ କିପରି ନିଜ କର୍ତ୍ତବ୍ୟରେ ଅବହେଳା କରୁଥିଲେ ସେ ନେଇ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ଏସପି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କାହିଁକି କର୍ତ୍ତବ୍ୟରେ ଅବହେଳା କଲେ ବୋଲି କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି।

ଏହା ସହ ଅଫିସରମାନେ ମଦ୍ୟପାନ କରି ୟୁନିଫର୍ମ ପିନ୍ଧି ଡ୍ୟାନ୍ସ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏସପି ରାଜ ପ୍ରସାଦ ତୁରନ୍ତ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଲମ୍ବିତ ଅଧିକାରୀମାନେ ହେଲେ ହାବିଲଦାର ହେମନ୍ତ ବାରିକ, କନେଷ୍ଟବଳ ସିଦ୍ଧେଶ୍ୱର ଗୋଛାୟତ, ଦେବ ମାଝୀ, ସୁଧାଂଶୁ ଜେନା ଓ ରାମଚନ୍ଦ୍ର ତପସ୍ୱୀ। ବିସ୍ତୃତ ତଦନ୍ତ ପାଇଁ ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କୁ ନିଯୁକ୍ତ କରାଯାଇଛି। ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।