ହାଇଟେକ୍‌ ଗ୍ରୁପ୍‌ର ୱେଭ୍‌ଲେଙ୍ଗ୍‌ଥ୍ ଷ୍ଟୁଡିଓ ଲୋକାର୍ପିତ

ଯୋଗ ଦେଲେ ଓଡ଼ିଆ ସିନେ ତାରକା

ହାଇଟେକ୍ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ବିଜ୍ଞାପନ ଚଳଚ୍ଚିତ୍ରର ସ୍କ୍ରିନିଂ

ଭୁବନେଶ୍ୱର, ୦୭/୦୬: ଭୁବନେଶ୍ୱର ସ୍ଥିତ ସିନେପଲିସ୍ ଠାରେ ହାଇଟେକ୍ ଗ୍ରୁପ୍ ଦ୍ୱାରା ୱେଭ୍‌ଲେଙ୍ଗ୍‌ଥ୍ ଷ୍ଟୁଡିଓର ଶୁଭ ଉଦ୍‌ଘାଟନ କରାଯାଇଛି । ଏଥିରେ ଚଳଚ୍ଚିତ୍ର ତାରକା ଅଶ୍ୱିନୀ ରଏ ମହାପାତ୍ର, ପ୍ରିୟା ଚୌଧରୀ, ପ୍ରତିଭା ପଣ୍ଡା, ଅନୁରାଧା ପାଣିଗ୍ରାହୀ, ଶିତଲ୍ ପାତ୍ର, ଅଭିଷେକ ଗିରି, ମମତା ପଣ୍ଡା, ସୋମ୍ ହୋତା, ଆୟୁଷ୍ମାନ ଦାସ, ନିର୍ଦ୍ଦେଶକ ଅମୀୟ ପାତ୍ର ଉପସ୍ଥିତ ଥିଲା ବେଳେ ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ ଷ୍ଟୁଡିଓର ଲୋଗୋ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଅଙ୍ଗ ଦାନ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ବେଳେ ହାଇଟେକ୍ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ଏକ ବିଜ୍ଞାପନ ଚଳଚ୍ଚିତ୍ରର ସ୍କ୍ରିନିଂ କରାଯାଇଥିଲା। ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ପାଇଁ ସହଯୋଗ କରିଥିବା ସମସ୍ତ ତାରକା ମାନେ ଉପସ୍ଥିତ ରହିବା ସହିତ ଆଗାମୀ ଦିନରେ ୱେଭ୍‌ଲେଙ୍ଗ୍‌ଥ୍ ଷ୍ଟୁଡିଓ ଦ୍ୱାରା ପ୍ରଯୋଜନା, ନିର୍ଦ୍ଦେଶନାର ଭାର ନେଇ ବିଜ୍ଞାପନ, କର୍ପୋରେଟ୍‌, କ୍ଷୁଦ୍ର ଚଳଚ୍ଚିତ୍ର, ଫିଚର୍ ଓ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ପ୍ରସ୍ତୁତ କରି ଓଡିଶାରେ ଏକ ଉଦାହରଣ ସୃଷ୍ଟି କରିବ ବୋଲି ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ କହିଛନ୍ତି। ଏହି ଉଦ୍‌ଘାଟନୀ ସମାରୋହରେ ହାଇଟେକ୍ ଗ୍ରୁପ୍‌ର ନିର୍ଦ୍ଦେଶକ ଡ. ରାକେଶ କୁମାର ପାଣିଗ୍ରାହୀ, ନିର୍ଦ୍ଦେଶିକା ସାବିତ୍ରୀ ପାଣିଗ୍ରାହୀ, ନିର୍ଦ୍ଦେଶିକା ମଧୁସ୍ମିତା ପାଣିଗ୍ରାହୀ, ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ, ପ୍ରିନ୍ସିପାଲ୍ ପ୍ରଫେସର୍ ଡ. ପୂର୍ଣ୍ଣଚନ୍ଦ୍ର ଦାଶ ଯୋଗ ଦେଇ ଆଗାମୀ ଦିନରେ ହାଇଟେକ୍ ଗ୍ରୁପ୍‌ର ପ୍ରଡକ୍ସନ୍ ହାଉସ୍ ଓଡିଶାରେ ଏକ ସ୍ୱତନ୍ତ୍ର ଭୂମିକା ନିର୍ବାହ କରିବ ବୋଲି ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ନିର୍ଦ୍ଦେଶକ ଅନିଲ୍ କୁମାର ପାଣିଗ୍ରାହୀ, ଅଖିଲ୍ କୁମାର ପାଣିଗ୍ରାହୀ ଏବଂ କୌଶିକ୍ ପାଟ୍ଟଯୋଶୀ ସାହାଯ୍ୟ ସହଯୋଗ କରିଥିବା ବେଳେ ହାଇଟେକ୍ ଗ୍ରୁପ୍ ୱେଭ୍‌ଲେଙ୍ଗ୍‌ଥ୍ ଷ୍ଟୁଡିଓ ମାଧ୍ୟମରେ ଓଡିଶାରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି।