ଭୁବନେଶ୍ୱର, ୦୭/୦୬: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଘର ତିଆରି ପାଇଁ ମାଗଣା ବାଲି ମିଳିବ। ଘର ତିଆରି ପାଇଁ ରାଜ୍ୟ ସରକାର ଦୁଇ ଟ୍ରାକ୍ଟର୍ ବାଲି ଯୋଗାଇ ଦେବେ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପାଇଁ ଘର ନିର୍ମାଣର ଆର୍ଥିକ ବୋଝ ହ୍ରାସ ପାଇବ। ବେଆଇନ ବାଲି ଖନନ ଓ ପରିବହନକୁ ରୋକିବା ପାଇଁ ସରକାର ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଆଣିବେ। ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ନିର୍ମିତ ରାସ୍ତାଗୁଡିକରେ ବାଲି ପରିବହନରେ ରୋକ ଲଗାଇବା ପାଇଁ ଏହି ଏସଓପି ଅଣାଯିବ। ହାଇୱା ଚାଲିବା ଦ୍ୱାରା ପିଏମ ସଡ଼କ ଖରାପ ହୋଇ ଯାଉଥିବାରୁ ବାଲି ଉଠାଣ ପାଇଁ ହାଇଓ୍ବା ବଦଳରେ ଅନ୍ୟ ଗାଡ଼ି ବ୍ୟବହାର ହେବ ବୋଲି ମନ୍ତ୍ରୀ କହିଛନ୍ତି।