ଆଜିର ତାରିଖ ୮ ମଇ ୨୦୨୫
* ବିଶ୍ୱ ମହାସାଗର ଦିବସ:- ବିଶ୍ୱ ମହାସାଗର ଦିବସ (ଡବ୍ଲୁଓଡି) ପ୍ରତିବର୍ଷ ଜୁନ୍ ୮ ତାରିଖରେ ପାଳନ କରାଯାଏ। ୧୯୯୨ ମସିହାରେ ବ୍ରାଜିଲର ରିଓ ଡି ଜେନେରିଓଠାରେ ଅନୁଷ୍ଠିତ ଆର୍ଥ ଶିଖର ସମ୍ମିଳନୀ ସମ୍ମିଳନୀ (ୟୁଏନସିଇଡି)ରେ କାନାଡାର ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଓସେନ୍ ଡେଭଲପମେଣ୍ଟ (ଆଇସିଓଡି) ଏବଂ ଓସେନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କାନାଡା (ଓଆଇସି) ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ୨୦୦୮ ମସିହାରେ ମିଳିତ ଜାତିସଂଘ ଦ୍ୱାରା “ବିଶ୍ୱ ମହାସାଗର ଦିବସ”କୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦିଆଯାଇଥିଲା। ଏହି ଦିବସ ସମୁଦ୍ରର ସୁରକ୍ଷା ଏବଂ ଏହାର ସମ୍ବଳର ସ୍ଥାୟୀ ପରିଚାଳନା ରେ ଜନସ୍ୱାର୍ଥକୁ ପ୍ରୋତ୍ସାହିତ କରେ। ସମୁଦ୍ରର ସୁରକ୍ଷା ଏବଂ ଏଥିରୁ ମିଳିଥିବା ସମ୍ବଳର ସୁପରିକଳ୍ପିତ ପରିଚାଳନା ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ମାନେ ବିଶ୍ୱ ମହାସାଗର ଦିବସ ପାଳନ କରିଥାନ୍ତି। ଆର୍ଜେଣ୍ଟିନା ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବ୍ରାଜିଲ, କାନାଡା, ଚିଲି, ଡେନମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇସ୍ରାଏଲ, ଇଟାଲୀ, ଜାପାନ, ମେକ୍ସିକୋ, ନେଦରଲାଣ୍ଡ, ନରୱେ, ଫିଲିପାଇନ୍ସ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ, ସ୍ୱିଜରଲାଣ୍ଡ, ଥାଇଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଏହି ଦିବସ ପାଳନ କରିଥାଆନ୍ତି।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଟିମ୍ ବର୍ନର୍ସ-ଲି ଜଣେ ଇଂରାଜୀ କମ୍ପ୍ୟୁଟର ବୈଜ୍ଞାନିକ ଯିଏ କି ୱାର୍ଲ୍ଡ ୱାଇଡ ୱେବ୍ ର ଉଦ୍ଭାବକ ଭାବରେ ଜଣାଶୁଣା। ତାଙ୍କୁ ବ୍ରିଟେନର ରାଣୀ ଦ୍ୱିତୀୟ ଏଲିଜାବେଥ୍ ନାଇଟ୍ ହୁଡ୍ ଏବଂ ଫିନିସ୍ ଟେକ୍ନୋଲୋଜି ଆୱାର୍ଡ ଫାଉଣ୍ଡେସନ ଦ୍ୱାରା ମିଲେନିୟମ ଟେକ୍ନୋଲୋଜି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
୨. ଶିଳ୍ପା ସେଟ୍ଟୀ ଜଣେ ଭାରତୀୟ ଅଭିନେତ୍ରୀ, ଚଳଚ୍ଚିତ୍ର ପ୍ରଯୋଜିକା। ଯିଏ କି ମୁଖ୍ୟତଃ ହିନ୍ଦୀ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ବାଜିଗର ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ। ଯେଉଁଥିପାଇଁ ସେ ଲକ୍ସ ନ୍ୟୁ ଫେସ୍ ଅଫ୍ ଦି ଇୟର ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଁ ନାମାଙ୍କନ ପାଇଥିଲେ। ସେ ୧୦ଟି ନୋମିନେସନ୍ ମଧ୍ୟରୁ ଗୋଟିଏ ବଲିଉଡ୍ ମୁଭି ଆୱାର୍ଡ ଏବଂ ଗୋଟିଏ ଜି ସିନେ ଆୱାର୍ଡ ସମେତ ୨ଟି ପୁରସ୍କାର ଜିତିଛନ୍ତି।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ପବିତ୍ର ମହମ୍ମଦ (୫୭୦ ଖ୍ରୀଷ୍ଟାବ୍ଦ – ୮ ଜୁନ ୬୩୨) ଜଣେ ଆରବ ଧାର୍ମିକ ନେତା ଥିଲେ। ଯିଏ ଇସଲାମିକ ଧର୍ମର ପ୍ରତିଷ୍ଠାତା ଥିଲେ। ୮ ଜୁନ୍ ୬୩୨ ରେ ସାଉଦି ଆରବର ମଦିନାରେ ତାଙ୍କର ଦେହାନ୍ତ ହୋଇଥିଲା ।
୨. ଆଣ୍ଡ୍ରିୟୁ ଜ୍ୟାକସନ୍ (୧୫ ମାର୍ଚ୍ଚ ୧୭୬୭ – ୮ ଜୁନ୍ ୧୮୪୫) ଜଣେ ଆମେରିକୀୟ ରାଜନେତା, ଆଇନଜୀବୀ, ସୈନିକ ଏବଂ ୧୮୨୯ରୁ ୧୮୩୭ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାର ସପ୍ତମ ରାଷ୍ଟ୍ରପତି ଥିଲେ।
୩. ହବିବ ତନବୀର (୧ ସେପ୍ଟେମ୍ବର ୧୯୨୩ – ୮ ଜୁନ ୨୦୦୯) ଜଣେ ଲୋକପ୍ରିୟ ହିନ୍ଦୀ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, କବି ଓ ଅଭିନେତା ଥିଲେ । ସେ ପ୍ରୋଗ୍ରେସିଭ୍ ରାଇଟର୍ସ ଆସୋସିଏସନ୍ (ପିଡବ୍ଲ୍ୟୁଏ)ରେ ଯୋଗ ଦେଇଥିଲେ। ୧୯୬୯ ମସିହାରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୩ ମସିହାରେ ପଦ୍ମଶ୍ରୀ, ୧୯୯୬ ମସିହାରେ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ୨୦୦୨ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୯୧୫ – ଲୋକମାନ୍ୟ ତିଲକଙ୍କ ଦ୍ୱାରା ଲିଖିତ ଗୀତା ରହସ୍ୟ’ ପ୍ରକାଶ ପାଇଥିଲା।
୧୯୩୬ – ଇଣ୍ଡିଆନ ଷ୍ଟେଟ ବ୍ରଡକାଷ୍ଟିଂ ଷ୍ଟେସନର ନାମ ଅଲ ଇଣ୍ଡିଆ ରେଡିଓ (ଏଆଇଆର) ରଖାଯାଇଥିଲା।
୧୯୪୮ – ଏୟାର ଇଣ୍ଡିଆର ପ୍ରଥମ ଅନ୍ତର୍ଜାତୀୟ ବିମାନ ମାଲାବାର ପ୍ରିନ୍ସେସ୍ ବମ୍ବେରୁ କାଇରୋ ଏବଂ ଜେନେଭା ଦେଇ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିଲା।
୧୯୯୦ – ଭାରତ ଓ ନେପାଳ ସ୍ୱାଭାବିକ ସମ୍ପର୍କ ଫେରାଇ ଆଣିବାକୁ ନିଷ୍ପତ୍ତି ନେଲେ।
୨୦୦୦ – ତିନୋଟି ରାଜ୍ୟ (ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ଗୋଆ)ର ରକ୍ ଚର୍ଚ୍ଚରେ ବୋମା ବିସ୍ଫୋରଣ ହୋଇଥିଲା।