ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼

ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି

କଲମ୍ବିଆ, ୦୮/୦୬: କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଗୁଳିମାଡ଼ ହୋଇଛି। ବୋଗୋଟାରେ ଆୟୋଜିତ ଏକ ରାଜନୈତିକ ରାଲିରେ ଯୋଗ ଦେଇଥିବା ବେଳେ ଗୁଳି ମାଡ଼ କରାଯାଇଥିବା ସୂଚନା ମିଳିଛି।

ବୋଗୋଟାର ମେୟର କାର୍ଲୋସ ଗାଲାନ୍ କହିଛନ୍ତି ଯେ ଶନିବାର ଫଣ୍ଟିବୋନ୍ ଜିଲ୍ଲାରେ ଆକ୍ରମଣର ଶିକାର ହେବା ପରେ ଉରିବେଙ୍କୁ ତୁରନ୍ତ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ପଡିଲେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି ବୋଲି ମେୟର କହିଛନ୍ତି।

କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଏକ୍ସରେ ଟୁଇଟ୍ କରି ଉରିବେଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଉରିବେଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି।