ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ୨ କି.ମି ପରିଧି ମଧ୍ୟରେ ମଦ ଓ ଆମିଷ ବିକ୍ରି ମନା

ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ସୂଚନା

ପୁରୀ, ୦୮/୦୬: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡର ୨ କିଲୋମିଟର ପରିଧି ମଧ୍ୟରେ ମଦ ଓ ଆମିଷ ବିକ୍ରି ମନା। ଏହି ଅଞ୍ଚଳରେ ସବୁ ଦିନ ପାଇଁ ମଦ ଓ ଆମିଷ ବିକ୍ରି ନିଷେଧ କରାଯିବ। ଏହା ସହ ମଦ ବାର ମଧ୍ୟ ଖୋଲିବା ଉପରେ କଟକଣା ଜାରି କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି।

ଆଗାମୀ ଅବକାରୀ ନୀତିରେ ଏହି ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବେ ଅନ୍ତର୍ଭୁକ୍ତ କରାଯିବ ବୋଲି ମନ୍ତ୍ରୀ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି। ନିୟମର ଉଲଂଘନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ୨ କିଲୋମିଟର ଦୂରରେ ହିଁ ବିକ୍ରି ପାଇଁ ଅନୁମତି ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।