ବୌଦ୍ଧ, ୦୮/୦୬: ବୌଦ୍ଧ ଜିଲ୍ଲାର ବୌଦ୍ଧ ଧାନ ମଣ୍ଡି, ବଗିଆପଡା ଧାନ ମଣ୍ଡି, ଖୁଣ୍ଟାବନ୍ଧ ଧାନ ମଣ୍ଡି ଓ ତୋଲିବନ୍ଧ ପ୍ରଭୃତି ଧାନ ମଣ୍ଡିକୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଓଡିଶାରେ ଧାନ କିଣା କାରବାର ସ୍ୱଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ଅଧିନିୟମ ମାର୍ଗଦର୍ଶକା ଅନୁଯାୟୀ ଠିକ୍ ଠାକ୍ ଭାବେ ଚାଷୀମାନଙ୍କଠାରୁ ଧାନ କ୍ରୟ କରାଯାଉଛି କି ନାହିଁ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତଦାରଖ କରିଥିଲେ। ଓଡିଶାର ଚାଷୀମାନଙ୍କର ଆୟକୁ ଦୁଇ ଗୁଣା କରିବା ସହିତ ଚାଷୀମାନଙ୍କୁ ସମୃଦ୍ଧ କରିବା ସହିତ ବିଜେପି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାର ବ୍ୟାପକ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି। ବିଜେପି ସରକାର ଚାଷୀମାନଙ୍କ ପାଇଁ ସମର୍ପିତ ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଥିଲେ। ଏହି ପରିଦର୍ଶନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ମହାପାତ୍ର ଓ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମନୋରଞ୍ଜନ ଦାସ, ଜିଲ୍ଳା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ରବିନ୍ଦ୍ର କୁମାର ଦେଓ, ଅମରେଶ ପ୍ରଧାନ, ଆର୍ତ୍ତ ଧଲ, ଶମ୍ଭୁ ପ୍ରସାଦ ମିଶ୍ର, ଚତୁର୍ଭୁଜ ମାଝୀ, ସୁନୀଲ କୁମାର ପ୍ରଧାନ, ବୈକୁଣ୍ଠ ପ୍ରଧାନ, ସୁଶୀଲ ହେତା, ବିକ୍ରମ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ।
Next Post