ନୂଆଦିଲ୍ଲୀ: ସାରା ଦୁନିଆ କରୋନା ମହାମାରୀ କବଳରୁ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ମୁକୁଳି ପାରି ନାହିଁ । ଚୀନରେ ଏବେ ମଧ୍ୟ କରୋନା ପ୍ରକୋପ ଦେଖିବାକୁ ମିଳୁଛି। ଏହାରି ଭିତରେ ଆମେରିକାର ନ୍ୟୁୟର୍କରୁ ଚିନ୍ତିତ କଲା ଭଳି ମାମଲା ସାମନାକୁ ଆସିଛି। ଏଠାରେ ପୋଲିଓର ନୂଆ ଭାଇରସ ଚିହ୍ନଟ ହେବା ପରେ ଆତଙ୍କ ଖେଳି ଯାଇଛି । ତଦନ୍ତ ପରେ ନ୍ୟୁୟର୍କରେ ଏମରର୍ଜେନ୍ସି ଘୋଷଣା କରାଯାଇଛି।
ଆମେରିକାର ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ନ୍ୟୁୟର୍କର ଦୂଷିତ ପାଣିରେ ପୋଲିଓ ଭାଇରସ ଚିହ୍ନଟ ହେବା ପରେ ଷ୍ଟେଟ୍ ଏମରଜେନ୍ସି ଘୋଷଣା କରାଯାଇଛି । ଟିକାକରଣକୁ ବ୍ୟାପକ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ରାଜ୍ୟର କିଛି ଅଂଶରେ ପୋଲିଓ ଟିକାକରଣ ହାର ବହୁତ କମ ରହିଛି । ଏହାସହ ପୋଲିଓ ଭାଇରସର ନମୂନା ଏବଂ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ବୁଷ୍ଟର ଡୋଜ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।