ମହାରାଷ୍ଟ୍ର ରାଜନୈତିକ ଝଡ଼, ଇସ୍ତଫା ଦେବାକୁ ପ୍ରସ୍ତୁତ: ଉଦ୍ଧବ ଠାକରେ

ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ଚାଲିଥିବା ଭିତରେ ଇସ୍ତଫା ଦେବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଯଦି କୌଣସି ବିଧାୟ ଚାହୁଁ ନାହାନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ହୋଇ ରହେ ତେବେ ମୁଁ ଇସ୍ତଫା ଦେବାକୁ ରାଜି ଅଛି ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ଚାଲିଥିବା ଭିତରେ ଇସ୍ତଫା ଦେବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଯଦି କୌଣସି ବିଧାୟ ଚାହୁଁ ନାହାନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ହୋଇ ରହେ ତେବେ ମୁଁ ଇସ୍ତଫା ଦେବାକୁ ରାଜି ଅଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି “ଯଦି ଆପଣମାନେ କୁହନ୍ତି ତେବେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ। କେବଳ ସଂଖ୍ୟା ଗରିଷ୍ଠତା ନୁହେଁ କେତେଜଣ ମୋ ବିରୋଧରେ ଅଛନ୍ତି ତାହା ଦେଖିବା କଥା। ଯଦି ଜଣିଏ ବି ମୋ ବିରୋଧରେ ବାହାରେବେ ତେବେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବି। ଯଦି କେହି ଜଣେ ବି ବିଧାୟକ ମୋ ବିରୋଧରେ ବାହାରିବେ ତେବେ ଏହା ମୋ ପାଇଁ ଲଜ୍ଜାକର ବିଷୟ ହେବ। ”

ବିଦ୍ରୋହ ତେଜିବା ପରେ ଇମୋସ୍‌ନାଲ ଗେମ୍ ଖେଳିଛନ୍ତି ଉଦ୍ଧବ ଠାକ୍‌ରେ। ସେ କହିଛନ୍ତି “ ଯଦି କଂଗ୍ରେସ କିମ୍ବା ଏନ୍‌ସିପି ମୁଁ ମୁଖ୍ୟମନ୍ତ୍ରୀ ହେବା ଉଚିତ୍ ନୁହେଁ ବୋଲି କହିଥାନ୍ତେ ତେବେ ଏହା ଅଲଗା କଥା ହୋଇଥାନ୍ତା। ହେଲେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଆଜି…। ମୁଁ ମୁଖ୍ୟମନ୍ତ୍ରୀ ହୁଏ ଏକଥା କମଲ ନାଥ ବି ଚାହୁଁଥିଲେ। କିନ୍ତୁ ଯେତେବେଳେ ମୋ ନିଜ ଲୋକ ମୋତେ ଚାହୁଁ ନାହାନ୍ତି ତେବେ ମୁଁ କଣ କହି ପାରିବି।”