ପ୍ରକୃତିର କରାଳ ରୂପ: ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା

ଆଫଗାନିସ୍ତାନରେ ପ୍ରକୃତିର କରାଳ ରୂପ। ଭୂମିକମ୍ପରେ ଏ ପର୍ଯ୍ୟନ୍ତ ଗଲାଣି ୯୨୦ ଜୀବନ। ଆଫଗାନିସ୍ତାନ ପୂର୍ବାଞ୍ଚଳରେ ସଂଘଠିତ ହୋଇଥିବା ଭୂମିକମ୍ପ ଯୋଗୁଁ ବଢ଼ିବାରେ ଲାଗିଛି ମୃତ୍ୟସଂଖ୍ୟା ସଂଖ୍ୟା । ମୃତକଙ୍କ ସଂଖ୍ୟା ୯୨୦ରେ ପହଞ୍ଚିଥିବାବେଳେ ୬୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି |

ଆଫଗାନିସ୍ତାନରେ ପ୍ରକୃତିର କରାଳ ରୂପ। ଭୂମିକମ୍ପରେ ଏ ପର୍ଯ୍ୟନ୍ତ ଗଲାଣି ୯୨୦ ଜୀବନ। ଆଫଗାନିସ୍ତାନ ପୂର୍ବାଞ୍ଚଳରେ ସଂଘଠିତ ହୋଇଥିବା ଭୂମିକମ୍ପ ଯୋଗୁଁ ବଢ଼ିବାରେ ଲାଗିଛି ମୃତ୍ୟସଂଖ୍ୟା ସଂଖ୍ୟା । ମୃତକଙ୍କ ସଂଖ୍ୟା ୯୨୦ରେ ପହଞ୍ଚିଥିବାବେଳେ ୬୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି | ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଂକା ରହୁଛି। ଯାହା ଜଣାପଡ଼ିଛି ରିକ୍ଟର ସ୍କେଲରେ ଭୂକମ୍ପର ମାତ୍ରା ଥିଲା ୬.୧ ।

ଦକ୍ଷିଣପୂର୍ବ ଆଫଗାନିସ୍ତାନର ଖୋସ୍ତ ନଗରୀଠାରୁ ୪୪ କିଲୋମିଟର୍‌ ଦୂରରେ ସଂଘଠିତ ଏହି ଭୂମିକମ୍ପ ଭୂଗର୍ଭର ୫୧ କିଲୋମିଟର୍‌ ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା ବୋଲି କୁହାଯାଉଛି। ଏବେ ଉଦ୍ଧାର କାର୍ଯ୍ୟ ରିଲିଫ ଏ ସବୁ ଠିକ୍ ରେ ହୋଇପାରୁନି । ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଅନେକ ବିଦେଶୀ ଉଦ୍ଧାରକାରୀ ସଂସ୍ଥା ଦେଶ ଛାଡି ଚାଲିଯାଇଥିବାରୁ ଏଭଳି ପରିସ୍ଥିତିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଅନେକ ଅସୁବିଧା ହେଉଛି ।

‘ୟୁରୋପିୟାନ୍‌ ମେଡିଟରେନିୟାନ୍‌ ସିସ୍‌ମୋଲୋଜିକାଲ୍‌ ସେଣ୍ଟର୍‌’ ଟୁଇଟ୍‌ କରି ଲେଖିଛି, ପାକିସ୍ତାନ, ଆଫଗାନିସ୍ତାନ ଏବଂ ଭାରତ ସମେତ ୫୦୦ କିଲୋମିଟର୍‌ ପରିମିତ ଅଞ୍ଚଳରେ ଉକ୍ତ ଭୂମିକମ୍ପଜନିତ କମ୍ପନ ଅନୁଭୂତ ହୋଇଥିଲା। ଆଫଗାନିସ୍ତାନ ସୀମା ନିକଟରେ ପାକିସ୍ତାନର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି।