ଏଲଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ମହାରାଣୀ ଏଲଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ହେବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପ୍ଟେମ୍ୱର ୧୭ରୁ ୧୯ ଦୁଇ ଦିନିଆ ବ୍ରିଟେନ ଗସ୍ତ ଯାଇଁ ଭାରତ ସରକାରଙ୍କ ପକ୍ଷରୁ ସମବେଦନା ଜଣାଇବେ। ସେପ୍ଟେମ୍ୱର ୧୯ରେ ୱେଷ୍ଟମିନିଷ୍ଟର ଏମ୍ୱେରେ ମହାରାଣୀଙ୍କ ଅନ୍ତିମ ସଂସ୍କାର କରାଯିବ।

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଶତାଧିକ ଦେଶର ରାଷ୍ଟ୍ରାଧ୍ୟକ୍ଷ ସାମିଲ ହେବା ନେଇ ଆଶା କରାଯାଉଛି । ବ୍ରିଟେନରେ ଏହି ଦିନ ସାର୍ବଜନୀନ ଛୁଟି ଘୋଷଣ କରାଯାଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ । ଏହାଛଡା ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଏବଂ କାନାଡାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ଲଣ୍ଡନର ପହଞ୍ଚିବେ।

ଗତ ଗୁରୁବାର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ ହୋଇଥିଲା। ସ୍କଟଲ୍ୟାଣ୍ଡର କ୍ୟାସଲରେ ତାଙ୍କର ଦେହାନ୍ତ ହୋଇଥିଲା। ମଙ୍ଗଳବାର ତାଙ୍କର ପାର୍ଥିବ ଶରୀର ଲଣ୍ଡନରେ ପହଞ୍ଚିଥିଲା। ଏହାପରେ ବୁଧବାର ଠାରୁ ଚାରି ଦିନ ପାଇଁ ମହାରାଣୀଙ୍କ ପାର୍ଥିବ ଶରୀରକୁ ୱେଷ୍ଟମିନିଷ୍ଟର ହଲରେ ରଖାଯିବ। ଏଠାରେ ଲୋକେ ତାଙ୍କର ଶେଷ ଦର୍ଶନ କରିବେ। ସୋମବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ।