ଆଜମ ଖାନଙ୍କୁ ହୃଦଘାତ, ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ହୃଦଘାତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଏନଜିୟୋ ପ୍ଲାଷ୍ଟି ସର୍ଜରୀ ହୋଇଛି। ଅତୀତରେ ଆଜମ ଖାନ କୋରନାରେ ସଂକ୍ରମିତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେତବେଳେ ତାଙ୍କୁ ମେଡାଣ୍ଟ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ଖରାପ ସ୍ୱାସ୍ଥ୍ୟ ଲାଗି ଆଜମ ଖାନ ବାରମ୍ବାର ଜାମିନ ନିବେଦନ କରିଥିଲେ ମଧ୍ୟ କୋର୍ଟ ଜାମିନ ମଞ୍ଜୁର କରିନଥିଲେ।

କିଛି ଦିନ ପୂର୍ବେ ଆଜମ ଖାନ ସୁପ୍ରିମକୋର୍ଟଙ୍କ ଆଦେଶରେ ଜେଲରୁ ମୁକୁଳିଥିଲେ। ତେବେ ସୋମବାର ଆଜମ ଖାନ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଓ ଛାତିରେ ଯନ୍ତ୍ରଣା ଅଭିଯୋଗ କରିଥିଲେ। ଏଣୁ ତାଙ୍କୁ ଦିଲ୍ଲୀ ଅଣାଯାଇ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଙ୍କ ଯାଞ୍ଚରେ ସେ ହୃଦଜନିତ ସମସ୍ୟାରେ ଗ୍ରସିତ ଥିବାର ଜଣାପଡିଥିଲା। ମଙ୍ଗଳବାର ତାଙ୍କର ଏନଜିଓ ଗ୍ରାଫି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି।