ଖୁବଶୀଘ୍ର ଓଡିଶାରେ ଉପଲବ୍ଧ ହେବ ଫାଇବ ଜି ସେବା

ଓଡିଶାରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଫାଇବ-ଜି ସେବା । ପୁରୀ ଗସ୍ତରେ ଆସିଥିବା କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । କହିଛନ୍ତି ଦେଶରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଫାଇବ-ଜି ସେବାରେ ଓଡିଶାର ସହରକୁ ସ୍ଥାନ ମିଳିବ ।

ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ଫାଇବ-ଜି ସେବା ମିଳିବ ଓ ଏଥିରେ ଓଡିଶାର ସହର ସାମିଲ ନଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ଖଣ୍ଡନ କରି ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡିଶା ଖୁବ ଶୀଘ୍ର ଏଥିରେ ସାମିଲ ହେବା ପାଇଁ ଯାଉଛି ।