ନ୍ୟୁଡ ଫଟୋସୁଟ ମାମଲାରେ ମୁହଁ ଖୋଲିଲେ ଅଭିନେତା ରଣବୀର ସିଂ

କିଛିଦିନ ହେବ ଅଭିନେତା କିଛି ନା କିଛି କାରଣରୁ ଚର୍ଚ୍ଚାରେ ଅଛନ୍ତି । କିଛିଦିନ ତଳେ ରଣବୀର ସିଂ ନିଜର କିଛି ନ୍ୟୁଡ ଫଟୋ ସୁଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ  । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ ପ୍ରଶଂସକମାନେ ନାପସନ୍ଦ କରିବା ସହ ବିରୋଧ ମଧ୍ୟ କରିଥିଲେ । ଏହାକୁ ନେଇ ଏବେ ମୁହଁଖୋଲିଛନ୍ତି ଅଭିନେତା ରଣବୀର ସିଂ ।

ଏହି ମାମଲାରେ ଗତମାସରେ ମୁମ୍ବାଇର ଚେମ୍ବୁର ପୋଲିସ ଷ୍ଟେସନରେ ହାଜର ହୋଇଥିଲା ରଣବୀର । ସେଠାରେ ସେ ଦୁଇଘଂଟା ଉପସ୍ଥିତ ରହି ନିଜୟ ବୟାନ ରେକର୍ଡ କରାଇଥିଲେ । ସେ ତାଙ୍କ ବୟାନରେ କହିଥିଲେ କି ତାଙ୍କର ଗୋଟିଏ ଫଟୋକୁ ଏଡିଟିଂ କରାଯାଇଛି । ସେ ଏଭଳି କିଛି ନ୍ୟୁଡ ଫଟୋ ସୁଟ କରିନଥିବା କଥା ପୋଲିସ ଆଗରେ ସଫେଇ ଦେଇଛନ୍ତି । ରଣବୀରଙ୍କର ଏହି ବୟାନ ଅଗଷ୍ଟ ୨୯ ତାରିଖରେ ରେକର୍ଡ କରାଯାଇଥିଲା ।