ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭିଜନ ୨୦୩୬ | ୨୦୪୭ ପ୍ରଦାନ କଲେ

ନୂଆଦିଲ୍ଲୀ, ୧୨/୦୭: ଆଜି ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି, “ଆଜି ରାଷ୍ଟ୍ରପତି ଭବନରେ ଆମ ଓଡ଼ିଶା ମାଟିର ଗୌରବ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲି। ଏହି ଅବସରରେ ଓଡ଼ିଶାର ବିକାଶ ଯାତ୍ରା, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ରୋଡ଼ମ୍ୟାପ୍ ଓ କେନ୍ଦ୍ର ରାଜ୍ୟ ସୁସମନ୍ଵୟରେ ଓଡ଼ିଶାର ବିକାଶକୁ କେମିତି ଆହୁରି ତ୍ୱରାନ୍ୱିତ କରିହେବ ଇତ୍ୟାଦି ବିଷୟରେ ଆଲୋଚନା କରିବା ସହିତ ମହାମହିମ ରାଷ୍ଟ୍ରପତିଙ୍କୁ “ଓଡ଼ିଶା ଭିଜନ ୨୦୩୬ | ୨୦୪୭” ପ୍ରଦାନ କଲି।”

ସୂଚନାଯୋଗ୍ୟ, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।