ଏହି ଔପନ୍ୟାସିକା, ଯିଏ ଲେଖିଛନ୍ତି ୧୦୦ରୁ ଅଧିକ ଉପନ୍ୟାସ; ପାଇଛନ୍ତି ଅନେକ ପୁରସ୍କାର
ଜାଣନ୍ତୁ ତାଙ୍କ ବିଷୟରେ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ
ଆଜିର ତାରିଖ ୧୩ ଜୁଲାଇ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ବିଣା ରାୟ (୧୩ ଜୁଲାଇ ୧୯୩୨ – ୬ ଡିସେମ୍ବର ୨୦୦୯), ହିନ୍ଦୀ ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ। ତାଙ୍କର ପ୍ରକୃତ ନାମ ଥିଲା ‘କ୍ରିଷ୍ଣା ସରିନ’। ସେ ୧୯୫୧ ମସିହାରେ ‘କାଲି ଘଟ’ ଚଳଚ୍ଚିତ୍ର ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ।
୨. ସୁନୀତା ଜୈନ (୧୩ ଜୁଲାଇ ୧୯୪୧), ଜଣେ ହିନ୍ଦୀ ଏବଂ ଇଂରାଜୀ ଆଧୁନିକ କାହାଣୀ ଲେଖିକା, କବୟିତ୍ରୀ ଏବଂ ଔପନ୍ୟାସିକା। ଅମ୍ବାଲାରେ ଜନ୍ମଗ୍ରହଣ କରିଥିବା ସୁନୀତା ଜୈନ ନ୍ୟୁୟର୍କ ଷ୍ଟେଟ୍ ୟୁନିଭର୍ସିଟିରୁ ଇଂରାଜୀ ସାହିତ୍ୟରେ ଏମ୍.ଏ. କରିଥିଲେ। ଶିକ୍ଷା ଏବଂ ସାହିତ୍ୟର ‘ପଦ୍ମଶ୍ରୀ’ ସମ୍ମାନ ପାଇଥିବା ସୁନିତା ଜୈନ ଇଂରାଜୀ ଏବଂ ହିନ୍ଦୀରେ ଉତ୍କୃଷ୍ଟ କବିତା ଲେଖନ୍ତି।
୩. ନିହାଲ୍ ସରିନ୍ (୧୩ ଜୁଲାଇ ୨୦୦୪) ଜଣେ ଭାରତୀୟ ଚେସ୍ ଖେଳାଳି। ଜଣେ ଚେସ୍ ପ୍ରତିଭାଶାଳୀ, ସେ ୧୪ ବର୍ଷ ବୟସରେ ଗ୍ରାଣ୍ଡମାଷ୍ଟର ଉପାଧି ହାସଲ କରିଥିଲେ। ନିହାଲ୍ ୨୦୨୦ ରେ ଅନଲାଇନରେ ଅନୁଷ୍ଠିତ FIDE ଚେସ୍ ଅଲିମ୍ପିଆଡ୍ ରେ ଭାରତୀୟ ଦଳର ଅଂଶ ଭାବରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଗ୍ରୀସର ପୋର୍ଟୋ କାରାସରେ ବିଶ୍ୱ ୧୨ ବର୍ଷରୁ କମ୍ ଚାମ୍ପିଅନସିପରେ ଟାଇବ୍ରେକରେ ରୌପ୍ୟ ପଦକ ଜିତି ଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଆଶାପୂର୍ଣ୍ଣା ଦେବୀ (୮ ଜାନୁଆରୀ ୧୯୦୯ – ୧୩ ଜୁଲାଇ ୧୯୯୫), ଜଣେ ପ୍ରସିଦ୍ଧ ବଙ୍ଗାଳୀ ଔପନ୍ୟାସିକା ଯିଏ ୧୩ ବର୍ଷ ବୟସରୁ ଲେଖିବା ଆରମ୍ଭ କରିଥିଲେ। ସେ ୨୨୫ଟି କୃତି ଲେଖିଛନ୍ତି, ସେଥିରୁ ୧୦୦ରୁ ଅଧିକ ଉପନ୍ୟାସ। ଆଶାପୂର୍ଣ୍ଣା ଦେବୀଙ୍କୁ ‘ଟାଗୋର ପୁରସ୍କାର’ (୧୯୬୪), ‘ଲୀଳା ପୁରସ୍କାର’, ‘ପଦ୍ମଶ୍ରୀ’ (୧୯୭୬) ଏବଂ ‘ଜ୍ଞାନପୀଠ ପୁରସ୍କାର’ (୧୯୭୬) ରେ ସମ୍ମାନିତ କରାଯାଇଥିଲା।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୮୦୩ – ରାଜା ରାମ ମୋହନ ରାୟ ଏବଂ ଆଲେକଜାଣ୍ଡାର ଡଫ୍ ପାଞ୍ଚ ଜଣ ଛାତ୍ରଙ୍କୁ ନେଇ ସ୍କଟିସ୍ ଚର୍ଚ୍ଚ କଲେଜ ଆରମ୍ଭ କରିଥିଲେ।
୧୯୦୫ – କଲିକତାର ସାପ୍ତାହିକ ଖବରକାଗଜ ‘ସଞ୍ଜୀବନୀ’ ପ୍ରଥମେ ବ୍ରିଟିଶ ସାମଗ୍ରୀ ବର୍ଜନ କରିବାକୁ ପରାମର୍ଶ ଦେଇଥିଲା।
୧୯୧୮ – ଟାକାୟାମା ଉପସାଗରରେ ଏକ ଜାପାନୀ ଯୁଦ୍ଧ ଜାହାଜ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୫୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା।
୧୯୪୫ – ପ୍ରଥମ ପରମାଣୁ ବୋମାକୁ ମେକ୍ସିକୋ ମରୁଭୂମିରେ ପରୀକ୍ଷଣ ପାଇଁ ଅଣାଯାଇଥିଲା।
୧୩ ଜୁଲାଇ ୧୯୫୪ – ଜେନେଭାରେ ଭିଏତନାମ ବିଭାଜନ ପାଇଁ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ସହମତ ହୋଇଥିଲେ।
୧୩ ଜୁଲାଇ ୧୯୪୭ – ଜରୁରୀକାଳୀନ ପରିସ୍ଥିତି ସମୟରେ, ଭାରତ ରତ୍ନ, ପଦ୍ମ ବିଭୂଷଣ, ଇତ୍ୟାଦି ସାର୍ବଜନୀନ ସମ୍ମାନ ପ୍ରତ୍ୟାହାର କରାଯାଇଥିଲା।
୨୦୦୦ – ଆମେରିକା ଏବଂ ଭିଏତନାମ ପ୍ରମୁଖ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଥିଲେ।
୨୦୦୬ – ପରମାଣୁ ବୋମା ତିଆରି ସମ୍ପର୍କିତ ଇରାନ ମାମଲା ଜାତିସଂଘ ସୁରକ୍ଷା ପରିଷଦରେ ଦାଖଲ କରାଯାଇଥିଲା।
୨୦୧୧ – ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣଗୁଡ଼ିକ ମୁମ୍ବାଇର ଜାଭେରୀ ବଜାର, ଅପେରା ହାଉସ୍ ଏବଂ ଦାଦରରେ ଘଟିଥିଲା।