ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇର ଆବେଦନ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ଓଡିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୌଣସି କାରଣରୁ ଶୁଣାଣି ହୋଇ ନପାରିଲେ ଏହା ଉପରେ ପୂର୍ବରୁ ଜାରି ଅନ୍ତରୀଣ ନିର୍ଦ୍ଦେଶକୁ ହଟାଇବା ପାଇଁ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ କହିଛନ୍ତି।

ଅର୍ଥତତ୍ତ୍ୱ ଠକେଇ ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କ ବିରୋଧରେ ସିବିଆଇ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି।  ହାଇକୋର୍ଟଙ୍କ ରହିତାଦେଶ ଯୋଗୁ ନିମ୍ନ ଅଦାଲତରେ ଅଶୋକ ମହାନ୍ତିଙ୍କ ମାମଲାର ଶୁଣାଣି ୨୦୧୮ ମସିହାରୁ ହୋଇପାରୁନାହିଁ। ଅନ୍ୟପକ୍ଷେ, ହାଇକୋର୍ଟରେ ଚାଲିଥିବା ରିଭିଜନ ପିଟିସନ୍‌ର ଶୁଣାଣିରେ ଅଗ୍ରଗତି ମଧ୍ୟ ହେଉନାହିଁ ବୋଲି ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା।