ଜଳବାୟୁର ପରିବର୍ତ୍ତନ ଯୋଗୁ ଦୁଇଗୁଣ ବଢିଛି ଭୋକିଲା ଲୋକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବାରମ୍ବାର ପ୍ରାକୃତିକ ଦୁର୍ବିପାକର ଶିକାର ହେଉଥିବା କିଛି ଦେଶରେ ଅବସ୍ଥା ସଂକଟାପନ୍ନ ହୋଇଛି। ଗତ ଦଶନ୍ଧିରେ ଏହି ଦେଶଗୁଡ଼ିକରେ ଭୋକିଲା ଲୋକଙ୍କ ସଂଖ୍ୟା ଏତେ ମାତ୍ରାରେ ଦେଖାଦେଇଛି ଯେ ଲୋକେ ଭୋକ ଉପାସରେ ଜୀବନ ହାରୁଛନ୍ତି। ଅକ୍ସଫାମର ଏକ ଗବେଷଣା ରିପୋର୍ଟରେ ଏହି ସୂଚନା ମିଳିଛି।

କେବଳ ସେତିକି ନୁହେଁ, ବିକାଶୀଳ ଦେଶଗୁଡ଼କ ଏହି ଦେଶକୁ ଦେଉଥିବା ସହଯୋଗରେ ମଧ୍ୟ କାଟ କରିଛନ୍ତି। ଫଳରେ ଗତ ୬ ବର୍ଷରେ ଏହି ଦେଶଗୁଡ଼ିକରେ ଭୋକର ସ୍ଥିତି ଗମ୍ବୀର ହୋଇଛି ବୋଲି ଅକ୍ସଫାମ ରିପୋର୍ଟେର ଦର୍ଶାଇଛି। ଆଉ ଏହିସବୁର କାରଣ ପଛରେ ରହିଛି ପାଣିପାଗଜନିତ ସମସ୍ୟା। ଯାହା ପ୍ରଦୂଷିତ ରାଷ୍ଟ୍ରଗୁଡିକ ଦ୍ୱାରା ହେଉଛି। ଶିଳ୍ପସମ୍ଭଳିତ ବିକଶିତ ରାଷ୍ଟ୍ରଗୁଡିକ ଅଧିକ ପ୍ରଦୃଷଣ କରୁଛନ୍ତି। ହେଲେ ଏହାର ପରିଣାମ ଭୋଗୁଛନ୍ତି କମ୍ ପ୍ରଦୂଷିତ ଗରିବ ରାଷ୍ଟ୍ର।

ଏ ନେଇ ଅକ୍ସଫାମ ପକ୍ଷରୁ ହୋଇଥିବା ଗବେଷଣା ‘ହଙ୍ଗର ଇନ୍‌ ଏ ହିଟିଂ ୱାର୍ଲ୍ଡ’ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଅନୁସାରେ, ପ୍ରାକୃତିକ ବିପର୍ଯ୍ୟୟ ଓ ବିକାଶଶୀଳ ଦେଶଗୁଡିକର ସହାୟତା କାଟ ଯୋଗୁ ଗତ ୬ ବର୍ଷରେ ୧୦ଟି ଦେଶରେ ୧୨୩ ପ୍ରତିଶତ ଖଦ୍ୟାଭାବ(ଭୋକିଲାଙ୍କ ସଂଖ୍ୟା) ଦେଖାଦେଇଛି।