ଷଣ୍ଢକୁ ଧକ୍କା ଦେଇ ହାଓଡ଼ା ଜନ ଶତାବ୍ଦି ଏକ୍ସପ୍ରେସ୍‌ ଲାଇନ୍‌ ଚ୍ୟୁତ

ଭଦ୍ରକ ୧୭/୦୯: ଲାଇନ ଚ୍ୟୁତ ହେଲା ଜନ ଶତାବ୍ଦୀ ଟ୍ରେନ୍‌। ହାଓଡ଼ାରୁ ଭୁବନେଶ୍ୱର ଆସିବା ବେଳେ ଏପରି ଅଘଟଣ ହୋଇଛି। ଚରମ୍ପା ରେଳ ଷ୍ଟେସନରୁ ଅଳ୍ପ କିଛି ଦୂରରେ ରେଳ ଗାଡ଼ିଟି ଲାଇନ ଚ୍ୟୁତ ହୋଇଥିବା ଜଣାପଡ଼ିଛି। ଟ୍ରେନ୍‌ଟି ଏକ ଷଣ୍ଢକୁ ଧକ୍କା ଦେବାରୁ ଲାଇନ ଚ୍ୟୁତ ହୋଇଥିଲା। ଅନ୍ୟପଟେ ଟ୍ରେନ୍‌ରେ ଯାଉଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।