୨୦ରୁ ଆଉ ଏକ ଲଘୁଚାପ, ରବିବାରଠୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ଵର: ବଦଳିଲା ପାଗ । ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ୨୦ ବେଳକୁ ଲଘୁଚାପ । ଏହାର ପ୍ରଭାବରେ କାଲିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ  । ୨୦ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି।

ବର୍ତ୍ତମାନ ଏହି ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୪.୫ ରୁ ୫.୬ କିମି ମଧ୍ୟରେ  ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଲ ବର୍ଷାର ସମ୍ଭାବନା ରହିଛି । ଯାହାକୁ ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ରାଜ୍ୟର ଅଧିକାଂଶ ସ୍ଥାନର ପ୍ରବଳ ବର୍ଷା ହୋଇପାରେ । ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡ଼ିକ ହେଲା କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା,ପୁରୀ, ଜଗତସିଂହପୁର, ଗଞ୍ଜାମ,ଗଜପତି,କଳାହାଣ୍ଡି, କନ୍ଧମାଳ। ସେହିପରି ୧୯ ତାରିଖରେ ପ୍ରବଳ ବର୍ଷା ନେଇ ୧୭ଜିଲ୍ଲାକୁ ୟେଲ୍ଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର,ପୁରୀ,କଟକ,ଖୋର୍ଦ୍ଧା, ନୟାଗଡ଼,କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର ।