ଋଷିଆ ଓ ଆଫଗାନିସ୍ତାନ ସମେତ ୬ ଦେଶଙ୍କୁ ରାଣୀ ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟିରେ ସାମିଲ ହେବାକୁ ମିଳିଲାନି ନିମନ୍ତ୍ରଣ

ଲଣ୍ଡନ୧୭।୯: ବ୍ରିଟେନରେ ଲୋକେ ସେପ୍ଟେମ୍ବର ୧୯ ତାରିଖ ଦିନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଅନ୍ତିମ ବିଦାୟ ଦେବେ। ମହାରାଣୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ସାରା ବିଶ୍ୱର ନେତାଙ୍କୁ ଆମନ୍ତ୍ରିତ କରାଯାଇଛି। ତେବେ ଋଷିଆ ଓ ଆଫଗାନିସ୍ତାନ ସମେତ ୬ଟି ଦେଶଙ୍କୁ ଏହି କାର୍ଯ୍ୟକ୍ରମରୁ ଦୂରରେ ରଖାଯାଇଛି। ଏପର୍ଯ୍ୟନ୍ତ ଅଧିକାରୀକ ଅତିଥି ସୂଚୀ ଜାରି ହୋଇ ନାହିଁ। ତେବେ ନ୍ୟୁୟର୍କ ପୋଷ୍ଟ ଏପରି କିଛି ଦେଶଙ୍କ ନାମ ଉଲ୍ଲେଖ କରିଛି ଯେଉଁମାନଙ୍କୁ ଏହି ସୂଚୀରେ ସ୍ଥାନ ମିଳି ନାହିଁ। ଏଥିରେ ଋଷିଆ, ବେଲାଋଷ, ଆଫଗାନିସ୍ତାନ, ମ୍ୟାଁମାର, ସିରିୟା ଓ ଭେନଜୁଏଲା ଆଦି ଦେଶଙ୍କ ନାମ ରହିଛି।