ନାଗାଲାଣ୍ଡ ରାଜ୍ୟପାଳଙ୍କ ପରଲୋକ

ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଚେନ୍ନାଇ, ୧୫/୮: ନାଗାଲାଣ୍ଡ ରାଜ୍ୟପାଳ ଏଲ୍ ଗଣେସନଙ୍କ ପରଲୋକ ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ରିପୋର୍ଟ ଅନୁସାରେ ତଳେ ପଡ଼ିଯିବାରୁ ଗଣେସନ ଗୁରୁତର ଆହତ ହୋଇଥିଲେ। ତେଣୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଅଗଷ୍ଟ ୮ରୁ ଚେନ୍ନାଇର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ‌।

ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ସେ ୨୦ ଫେବୃଆରୀ, ୨୦୨୩ରୁ ନାଗାଲାଣ୍ଡ ରାଜ୍ୟପାଳ ଦାୟିତ୍ୱରେ ଥିଲେ।