କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଘୋଷଣା, ଆସନ୍ତା ୨ ବର୍ଷ ମଧ୍ୟରେ ସାରା ଦେଶରେ ଉପଲବ୍ଧ ହେବ ୫ଜି ସେବା

ସାରା ଦେଶରେ ୨ ବର୍ଷ ମଧ୍ୟରେ ୫ଜି ସେବା ଉପଲବ୍ଧ ହେବ । ଏନେଇ କେନ୍ଦ୍ର ସୂଚନା ଓ ପ୍ରଯ୍ୟୁକ୍ତିମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ସରକାର ଲକ୍ଷ୍ୟ ରଖିଛନ୍ତି କି ଆଗାମୀ ଦୁଇବର୍ଷ ମଧ୍ୟରେ ଦେଶର ପ୍ରତିଟି କୋଣ ଅନୁକୋଣରେ ୫ ଜି ସେବା ଉପଲବ୍ଧ କରାଯିବ ।

କେନ୍ଦ୍ର ସରକାର ଅଗଷ୍ଟ ମାସରେ ଦୂରସଂଚାର ସେବା ଯୋଗାଉଥିବା କମ୍ପାନୀମାନଙ୍କୁ ସ୍ପେକ୍ଟ୍ରମ ଆବଣ୍ଟିତ କରିଥିଲେ । ଏହାପରେ ସରକାର ସେମାନଙ୍କୁ ୫ଜି ସେବାର ରୋଲଆଉଟ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଏବେ ଭାରତରେ ହାଇସ୍ପିଡ ୫ଜି ଦୂର ସଂଚାର ସେବା ଆରମ୍ଭ କରିବା ନେଇ ଶେଷ ପର୍ଯ୍ୟାୟରେ ପହଂଚିସାରିଛି ।