ମିଥୁନ ମାନହସ BCCIର ନୂଆ ସଭାପତି

ରାଜୀବ ଶୁକ୍ଲା ଉପସଭାପତି, ଦେବଜିତ ସାଇକିଆ ସମ୍ପାଦକ

ଜାତୀୟ ସିନିୟର କ୍ରିକେଟ ଟିମ୍‌ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା

ମୁମ୍ବାଇ, ୨୮/୯: ମୁମ୍ବାଇରେ BCCIର ବାର୍ଷିକ ସାଧାରଣ ବୈଠକ (AGM) ଶେଷ ହେବା ପରେ, ମିଥୁନ ମନହାସଙ୍କୁ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ସଭାପତି ଭାବରେ ନିଯୁକ୍ତ କରାଯାଇଛି। ରୋଜର ବିନିଙ୍କ ସ୍ଥାନ ନେବେ ମନହାସ।

ପୂର୍ବରୁ ଜମ୍ମୁ ଏବଂ କାଶ୍ମୀର କ୍ରିକେଟ୍ ସଂଘ ପାଇଁ କ୍ରିକେଟ୍ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଏହି ୪୫ ବର୍ଷୀୟ ଖେଳାଳି।

ତାଙ୍କ ବ୍ୟତୀତ, ରାଜୀବ ଶୁକ୍ଳାଙ୍କୁ ଉପସଭାପତି ଭାବେ ଘୋଷଣା କରାଯାଇଛି। ଦେବଜିତ ସାଇକିଆଙ୍କୁ ସମ୍ପାଦକ ଏବଂ ପ୍ରଭତେଜ ସିଂ ଭାଟିଆଙ୍କୁ ଯୁଗ୍ମ ସମ୍ପାଦକ ଦାୟିତ୍ୱ ମିଳିଛି। ଏ ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।

ଅରୁଣ ଧୁମଲ ଓ ଅମୋଲ ମଜୁମଦାର ଆଇପିଏଲ ଅଧ୍ୟକ୍ଷ ହୋଇଛନ୍ତି|

ଜାତୀୟ ସିନିୟର କ୍ରିକେଟ ଟିମ୍‌ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା। ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ। ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ନୂଆ ସଦସ୍ୟ ଭାବେ ଆର୍‌ପି ସିଂ ସାମିଲ ହୋଇଛନ୍ତି। ଅଜୟ ରାତ୍ରା ମଧ୍ୟ ଏହି କମିଟିରେ ସ୍ଥାନ ପାଇଛନ୍ତି।

ମହିଳା ଚୟନ କମିଟି ମଧ୍ୟ ଘୋଷଣା କରାଯାଇଛି। ଶ୍ରୀମତୀ ଅମିତା ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଶ୍ରୀମତୀ ଶ୍ୟାମା ଦେ, ସୁଶ୍ରୀ ସୁଲକ୍ଷନା ନାୟକ, ଶ୍ରୀମତୀ ଜୟା ଶର୍ମା ଏବଂ ସୁଶ୍ରୀ ଶ୍ରବଣଥୀ ନାଇଡୁ ସ୍ଥାନ ପାଇଛନ୍ତି।

ଶ୍ରୀ ଏସ୍ ଶରଥଙ୍କ ଅଧ୍ୟକ୍ଷତାରେ ଗଠିତ ଜୁନିଅର କ୍ରିକେଟ୍ କମିଟିରେ ଶ୍ରୀ ହରବିନ୍ଦର ସୋଡି,ଶ୍ରୀ ପାଥିକ୍ ପଟେଲ, ଶ୍ରୀକୃଷ୍ଣ ମୋହନ ଏବଂ ଶ୍ରୀ ରଣଦେବ ବୋଷ ରହିଛନ୍ତି।

ଶ୍ରୀ ଜୟଶ ଜର୍ଜଙ୍କ ଅଧ୍ୟକ୍ଷତାରେ ଗଠିତ WPL କମିଟିରେ ମିଥୁନ୍ ମାନହସ୍, ରାଜୀବ ଶୁକ୍ଲା, ଦେବଜିତ୍ ସାଇକିଆ, ପ୍ରଭାତ ଭାଟିଆ, ଏ. ରଘୁରାମ ଭଟ୍ଟ, ମଧୁମତି ଲେଲେ, ସଞ୍ଜୟ ଟଣ୍ଡନ୍, ଆର ପାଲାନି ଏବଂ ଅରୁଣ ସିଂ ଧୁମଲ ରହିଛନ୍ତି।