ଭୁବନେଶ୍ଵର, ୨୯/୯: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ବିଶ୍ୱ ହୃଦୟ ଦିବସ ଅବସରରେ ୱାକଥନ୍ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏହି ୱାକଥନ୍ ହାଇଟେକ୍ କ୍ୟାମ୍ପସ୍ରୁ ବାହାରି ଜିଜିପି କଲୋନୀ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ହୃଦରୋଗ ବିଭାଗର ଡ. ରିତେଶ ଆଚାର୍ଯ୍ୟ ଏବଂ ସିଟିଭିଏସ୍ ଡ. ଶ୍ୱେତାଙ୍କ ଦାସ ଯୋଗ ଦେଇ ହୃଦୟକୁ ସୁସ୍ଥ ରଖିବା ପାଇଁ ପହଁରିବା ସହ ସାଇକେଲ ଚଲାଇବା ଏବଂ ଦିନକୁ ଅତି କମ୍ରେ ୩୦ ମିନିଟ ପର୍ଯ୍ୟନ୍ତ ଚାଲିବା ଉପରେ ଗୁରୁତ୍ୱ ଦେବା ଦରକାର ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ସିଓଓ ଜ୍ୟୋତିର୍ମୟ ପଣ୍ଡା, ଶତାଧିକ ବିଦ୍ୟାର୍ଥୀ ଏବଂ କର୍ମଚାରୀ ଯୋଗ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଓ ମ୍ୟାନେଜିଙ୍ଗ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ ଏଥିପାଇଁ ଜନସାଧାରଣମାନେ ନିରୋଗ ରହିବା ନିମନ୍ତେ ସଦାସର୍ବଦା ପୋଷଣ ଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ କରି ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
Prev Post