କାର୍‌ରେ ୬ ଏୟାରବ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁରକ୍ଷା ପାଇଁ ନୂଆ ନିୟମ ଯୋଡ଼ିଲେ କେନ୍ଦ୍ର ସରକାର। ଯାତ୍ରୀବାହୀ ଗାଡ଼ିରେ ୬ ଏୟାର ବ୍ୟାଗ୍ ରହିବା ବଧ୍ୟତାମୂଳକ ହେବ। ୨୦୨୩ ଅକ୍ଟୋବର ପହିଲାରୁ ଏହି ନିୟମ ଲାଗୁ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗୁରୁବାର ଏହି ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଯାତ୍ରୀଙ୍କୁ ସୁରକ୍ଷା ସର୍ବୋପରି।

ସେ ଟ୍ୱିଟ୍ କରି ଲେଖିଛନ୍ତି ଅଟୋ ଇଣ୍ଡଷ୍ଟ୍ରୀ ସାମ୍ନା କରୁଥିବା ବୈଶ୍ୱିକ ରପ୍ତାନୀ ଶୃଙ୍ଖଳରେ ବିଭିନ୍ନ ବାଧା ବ୍ୟାପକ ଆର୍ଥିକ ବ୍ୟବସ୍ଥା ଉପରେ ପଡ଼ିଥିବା ପ୍ରଭାବକୁ ଲକ୍ଷ୍ୟ କରି ଯାତ୍ରୀବାହୀ କାର୍‌(ଏମ୍‌-୧ କ୍ୟାଟେଗୋରୀ)ରେ w.e.fରେ ୧ ଅକ୍ଟୋବର ୨୦୨୩ରେ ୬ ଏୟାର ବ୍ୟାଗ୍‌ ନିୟମକୁ ବାଧ୍ୟତାମୁଳକ କରିବାକୁ ନିଷ୍ପତ୍ତି ନିଆଯାଇଛି।”

ତେବେ ପୂର୍ବରୁ ସିଟ୍‌ ବେଲ୍ଟ ବାନ୍ଧିବା ନେଇ ବାଧ୍ୟତାମୂଳକ ନିୟମ ଥିବା ବେଳେ ଟାଟାର ପୂର୍ବତନ ସିଇଓ ସାଇରସ ମିସ୍ତ୍ରୀଙ୍କ ବିୟୋଗ ପରେ ଏହାକୁ  ଅଧିକ ଗୁରୁତ୍ୱ ଦିଆଯାଇଛି। ସେପ୍ଟେମ୍ବର ମାସରୁ ଏହାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଉଲ୍ଲଂଘନକାରୀଙ୍କୁ ଟ୍ରାଫିକ୍ ନିୟମ ଅନୁସାରେ, ଦଣ୍ଡିତ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।