ୟୁକ୍ରେନ ଉପରେ ପରମାଣୁ ଯୁଦ୍ଧର ଯୋଜନା କରୁଛନ୍ତି ପୁଟିନ!

କିଭ: ୟୁକ୍ରେନରେ ଜାରି ଭୀଷଣ ଯୁଦ୍ଧରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ନେଇ ପାଶ୍ଚାତ୍ୟ ଦେଶଙ୍କ ନେତାମାନେ ଏବେ ଆତଙ୍କରେ। ପୁଟିନ ହୁଏତ ୟୁକ୍ରେନ ଯୁଦ୍ଧର ପରିଣାମ ବଦଳାଇବାକୁ ପରମାଣୁ ଅସ୍ତ୍ରର ଉପଯୋଗ କରିପାରନ୍ତି ନଚେତ ଇୟୁରୋପୀୟ ହିତକୁ ବାଧା ଦେବା ଭଳି କୌଣସି ବଡଧରଣର ଆକ୍ରମଣ କରିପାରନ୍ତି ବୋଲି ପାଶ୍ଚାତ୍ୟ ନେତାମାନେ ଆଶଙ୍କା କରୁଛନ୍ତି। ବ୍ରିଟେନ ଓ ଆମେରିକୀୟ ଗୁଇନ୍ଦା ଅନୁସାରେ ପୁଟିନ ଏବେ ଏପରି ଏକ ଆକ୍ରମଣ କରିବା ଯୋଜନାରେ ଅଛନ୍ତି ଯାହା ଯୁଦ୍ଧର ନକ୍ସା ବଦଳାଇ ଦେବ।

ଡେଲିମେଲ ରିପୋର୍ଟ ଅନୁସାରେ ଆମେରିକା ନିଜ ନାଗରିକଙ୍କୁ ଋଷିଆ ଛାଡିଦେବାକୁ କହିଥିବା ବେଳେ ପାଶ୍ଚାତ୍ୟ ଦେଶଙ୍କ ଗୁଇନ୍ଦା ଏହି ଚେତାବନୀ ଦେଇଛନ୍ତି। ଦୈତ ନାଗରିକତା ରଖୁଥିବା ଲୋକଙ୍କୁ ହୁଏତ ଋଷିୟା ୟୁକ୍ରେନ ଯୁଦ୍ଧରେ ଲଢେଇପାରେ ବୋଲି ମଧ୍ୟ ଏବେ ଆମେରିକା ଆଶଙ୍କା କରୁଛି। ଏଥିରେ ଋଷିଆ ହୁଏତ ଲୋକଙ୍କ ଦୋହରା ନାଗରିକତାକୁ ମାନିବାକୁ ଅସ୍ୱୀକାର କରିପାରେ ବୋଲି ଆମେରିକୀୟ ଦୂତାବାସ କହିଛନ୍ତି। ଏପରି ଲୋକଙ୍କୁ ହୁଏତ ଋଷିଆ କନସୁଲାର ସହାୟତା ମଧ୍ୟ ଦେଇ ନପାରେ। କେବଳ ଏତିକି ନୁହେଁ ଏପରି ଲୋକଙ୍କ ଋଷିଆ ଛାଡିବା ଉପରେ ମଧ୍ୟ ସରକାର କଟକଣା ଲଗାଇ ପାରନ୍ତି ବୋଲି ଏବେ ଆଶଙ୍କା କରାଯାଉଛି।