ରୁଷ ଉପରେ ଆମେରିକାର କଟକଣା ବର୍ଷା

ନୂଆଦିଲ୍ଲୀ: ୟୁକ୍ରେନର ଚାରୋଟି ବଡ଼ ଅଞ୍ଚଳକୁ ରୁଷ ନିଜ ଦେଶରେ ବିୟଲ କରିବା ଘୋଷଣାକୁ ଆମେରିକା ଅସ୍ୱୀକାର କରିଛି । ଏହାସହ ରୁଷର ୧୦୦୦ରୁ ଅଧିକ ଲୋକ ଏବଂ କମ୍ପାନି ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି । ଏଥିରେ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଦସ୍ୟଙ୍କ ପରିବାର ସାମିଲ ରହିଛି । ୟୁକ୍ରେନର ଚାରୋଟି କ୍ଷେତ୍ରକୁ ନିଜ ଦେଶରେ ସାମିଲ କରିବା ନେଇ ଘୋଷଣା କରିବା ସହ ଆଲୋଚନା ପାଇଁ ବୈଠକର ଅଫର ଦେଇଛି । କିନ୍ତୁ ମସ୍କୋରେ ସାମିଲ କରାଯାଇଥିବା ଅଂଶକୁ ଛାଡିବ ନାହିଁ ବୋଲି ରୁଷ ଚେତାଇ ଦେଇଛି।

ଆମେରିକାର ବାଣିଜ୍ୟ ବିଭାଗ ନିଜର ସୂଚୀରେ ୫୭ କମ୍ପାନିଙ୍କୁ ସାମିଲ କରିଛି । ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟ ୯୦୦ ଲୋକଙ୍କ ଭିସା ପ୍ରତିବନ୍ଧକ ସୂଚୀରେ ସାମିଲ କରିଛି । ଅର୍ଥମନ୍ତ୍ରୀ ଜେନେଟ ୟେଲେନ କହିଛନ୍ତି, ‘ଆମ ପୁଟିନଙ୍କ ସହ ଠିଆ ହେବୁ ନାହିଁ କାରଣ ସେ ଛଳ କରି ୟୁକ୍ରେନର କିଛି ଅଞ୍ଚଳକୁ କବଜା କରିବାକୁ ପ୍ରସାୟ କରୁଛି’।