ଟ୍ୱିଟ୍ ଏଡିଟ୍ କରିପାରିବେ ୟୁଜର୍ସ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟର ଦୀର୍ଘ ସମୟରୁ ଏକ ଫିଚର ଉପରେ କାମ କରି ଆସୁଥିଲା, ଯାହାର ଲାଭ ଏବେ ୟୁଜର୍ସଙ୍କୁ ମିଳିବା ଆରମ୍ଭ ହୋଇଛି। ତେବେ ନୂଆ ଫିଚର୍ସ କେବଳ ଟ୍ୱିଟର ବ୍ଲୁ ସବସ୍କ୍ରାଇବର୍ସଙ୍କ ପାଇଁ ଆରମ୍ଭ ହୋଇଛି । ସବସ୍କ୍ରିପସନ ପାଇଁ ଟଙ୍କା ପୈଠ କରୁଥିବା ଲୋକଙ୍କୁ ଏହାର ଲାଭ ମିଳିବ।

ଟ୍ୱିଟର ବ୍ଲୁ ଆକାଉଣ୍ଟରୁ କମ୍ପାନି ନିଜର ପ୍ରଥମ ଟ୍ୱିଟ୍ ଏଡିଟ କରି ନୂଆ ଫିଚର ଆରମ୍ଭ ଘୋଷଣା କରିଛି । କମ୍ପାନି ପ୍ରଥମେ ନିଜର ଏକ ଟ୍ୱିଟକୁ ଏଡିଟ୍ କରିଛି। ଏହି ଟ୍ୱିଟରେ ସବୁଠୁ ତଳେ କେତେବେଳେ ଟ୍ୱିଟକୁ ଏଡିଟ୍ କରାଯାଇଛି ତାହା ଦେଖିବାକୁ ମିଳୁଛି।

ଉଲ୍ଲେଖଯୋଗ୍ୟ ଯେ, ଟ୍ୱିଟର ଦୀର୍ଘ ଦିନରୁ ଏଡିଟ୍ ଟ୍ୱିଟ୍ ଫିଚର ଉପରେ କାମ କରୁଥିବା ଟ୍ୱିଟର ପ୍ରଥମ ଥର ଏହାକୁ ୟୁଜର୍ସଙ୍କ କାମରେ ଆଣିଛି।