ମୁମ୍ବାଇ, ୨୫/୧୦: ପରଲୋକରେ ବଲିଉଡ଼ର ଲୋକପ୍ରିୟ ଅଭିନେତା ସତୀଶ ଶାହ। ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଅଭିନେତା ଅଭିନେତା ଦୀର୍ଘ ଦିନ ଧରି କିଡ୍ନୀ ରୋଗରେ ପୀଡିତ ଥିଲେ ଏବଂ ନିକଟରେ ତାଙ୍କର କିଡ୍ନୀ ପ୍ରତିରୋପଣ କରାଯାଇଥିଲା। ସେ ଶନିବାର ଅପରାହ୍ନ ୨:୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସତୀଶଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକରେ ଛାୟା ଖେଳି ଯାଇଛି।
ସେ ୧୯୭୦ରେ ଫିଲ୍ମ ‘ଭଗବାନ୍ ପର୍ଶୁରାମ’ ସହିତ ବଲିଉଡରେ ପ୍ରବେଶ କରିଥିଲେ। ୧୯୮୩ ମସିହା କମେଡି ଫିଲ୍ମ “ଜାନେ ଭି ଦୋ ୟାରୋ” ରେ ତାଙ୍କ ଅଭିନୟ ପାଇଁ ସେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ସେ ‘ହମ୍ ସାଥ୍ ସାଥ ହେ’, ‘ମେନ୍ ହୁଁ ନା’, ‘କଲ୍ ହୋ ନା ହୋ’, ‘କଭି ହାଁ କଭି ନା’, ‘ଦିଲୱାଲେ ଦୁଲ୍ହନିଆ ଲେ ଜାୟେଙ୍ଗେ’ ଏବଂ ‘ଓମ୍ ଶାନ୍ତି ଓମ୍’ ଭଳି ହିଟ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି।