ମହାରାଷ୍ଟ୍ର ରାଜ୍ୟ ସରକାରର କର୍ମଚାରୀ ଲୋକଙ୍କୁ ସମ୍ବୋଧନ ବେଳେ ବର୍ତ୍ତମାନ ହ୍ୟାଲୋ ବଦଳରେ ବନ୍ଦେ ମାତରମ କହିବେ । ଫୋନରେ ହେଉ କିମ୍ବା ସାଧାରଣ ସଭାରେ ହେଉ କୌଣସି ବି ସ୍ଥାନରେ ଏହି ଶବ୍ଦର ବ୍ୟବହାର କରିବେ ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର ୨ ଅର୍ଥାତ ଆଜିଠାରୁ ଲାଗୁ ହୋଇଛି । ଜଣେ ଅନ୍ୟ ଜଣଙ୍କୁ ବଧାଇ ଜଣାଇବା ସମୟରେ ବର୍ତ୍ତମାନ ଠାରୁ ବନ୍ଦେ ମାତରମ୍ କହିବେ । ସର୍ଲୁଲାରରେ କୁହାଯାଇଛି, ହ୍ୟାଲୋ ଶବ୍ଦରେ କୌଣସି ପ୍ରକାରର ସ୍ନେହ ନାହିଁ କେବଳ ଔପଚାରିକ ଭାବେ ଏହାକୁ ବ୍ୟବହାର କରାଯାଉଥିଲା ।
କିନ୍ତୁ ବର୍ତ୍ତମାନ ଠାରୁ ଆଉ ହ୍ୟାଲୋ ନୁହେଁ ବନ୍ଦେ ମାତରମ କହିବେ । ଏହା ସକରାତ୍ମକ ଉର୍ଜା ଦେବାରେ ସାହାର୍ଯ୍ୟ କରିଥାଏ । ଏହି ଆଦେଶ ସମସ୍ତ ସରକାରୀ, ଅର୍ଦ୍ଧସରକାରୀ ସ୍ଥାନୀୟ କାର୍ଯ୍ୟାଳୟ, ସରକାରୀ ସହାୟତା ପ୍ରାପ୍ତ ସ୍କୁଲ, କଲେଜରେ ଲାଗୁ ହୋଇଛି । ବନ୍ଦେ ମାତରମ କହିବା ଦ୍ୱାରା ରାଷ୍ଟ୍ରୀୟ ଗୌରବ ଜାଗ୍ରତ ହୋଇଥାଏା