ସୁପ୍ରିମକୋର୍ଟ ଗୋଟିଏ ମାସରେ ୮୪୯ ଟି ମାମଲାର ସମାଧାନ କରିଛନ୍ତି । ଏନେଇ କୋର୍ଟ ତରଫରୁ ଜାରି କରାଯାଇଥିବା ଏକ ରିପୋର୍ଟ ମାଧ୍ୟମରେ ସୂଚନା ଦିଆଯାଇଛି । ରିପୋର୍ଟ ମୁତାବକ ଚଳିତ ବର୍ଷ ଅଗଷ୍ଟମାସର ସେଶଷ ସୁଦ୍ଧା କୋର୍ଟରେ ୭୦,୩୧୦ ଟି ମାମଲା ପଡି ରହିଥିଲା ।
ଏଥିରୁ କେବଳ ସେପ୍ଟେମ୍ବର ମାସରେ ୮୪୯ ଟି ମାମଲାର ପୂର୍ଣ୍ଣ ସମାଧାନ ହୋଇଛି । ଏହାପରେ ଏବେ ସୁପ୍ରିମକୋର୍ଟରେ ୬୯,୪୬୧ ଟି ମାମଲା ପଡି ରହିଛି । ଏଥି ମଧ୍ୟରୁ ୫୦.୫୦୮ ଟି ମାମଲା କେବଳ ଆଡମିଶନ ସମ୍ବନ୍ଧରେ ରହିଥିବା ବେଳେ ୧୮,୯୫୩ ଟି ରେଗୁଲାର ମାମଲା ରହିଛି ।
ଆଡମିଶନ ସମ୍ବନ୍ଧୀୟ ବାକି ପଡିଥିବା ୫୦,୫୦୮ ଟି ମାମଲା ମଧ୍ୟରୁ ୧୧,୬୮୮ ଟି ଏଭଳି ମାମଲା ଯାହା ଏବେ ଅସମ୍ପୂର୍ଣ୍ଣ ରହିଛି । ଏଥିରେ କାହାର ଫିସ ବାକି ତ କାହା ପାଖରେ ନୋଟିସ ପହଂଚି ନଥିବା ଭଳି ମାମଲା ରହିଛି ।
ସେପଟେ ୧୮,୯୫୩ ଟି ରେଗୁଲାର ଶୁଣାଣି ମାମଲା ମଧ୍ୟରୁ ୧୮,୮୯୪ ଟି ମାମଲା ଶୁଣାଣି ହେବାକୁ ଅଛି ଓ ୫୯ ମାମଲା ଏଭଳି ରହିଛି ଯାହା ଉପରେ ଏବେ ଶୁଣାଣି ହେବାର ନାହିଁ । ଅର୍ଥାତ ୧୬.୯୧ ପ୍ରତିଶତ ମାମଲା ଅସମ୍ପୂର୍ଣ୍ଣ ରହିଛି । ଅର୍ଥାତ ଏହା ଉପରେ ଏବେ ଶୁଣାଣି ହେବାର ନାହିଁ ।