ସୁଦାନରୁ ଫେରିଲେ ଓଡ଼ିଆ ଯୁବକ: କେନ୍ଦ୍ରକୁ ଧନ୍ୟବାଦ‌ ଜଣାଇଲେ ମୁଖ୍ୟମନ୍ତ୍ରୀ

ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭/୧୨: ସୁଦାନରୁ ଫେରିଛନ୍ତି ଜଗତସିଂହପୁର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ ବେହେରା। ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କୁ ଦେଲେ ଧନ୍ୟବାଦ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଦର୍ଶଙ୍କୁ ଫେରାଇ ଆଣିବାକୁ ହୋଇଥିଲା ଉଦ୍ୟମ। କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ ରାଜ୍ୟ ସରକାର।

ଉପଯୁକ୍ତ ପଦକ୍ଷେପ ନେବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗୁଇନ୍ଦା ବିଭାଗ DG କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ।

ଆଜି ସକାଳେ ଆଦର୍ଶ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଜଗତସିଂହପୁର ଅଭିମୁଖେ ଯାଇଛନ୍ତି। ପ୍ରଥମେ ଆବୁଧାବିରୁ ହାଇଦ୍ରାବାଦ ଓ ପରେ ସେଠାରୁ ଭୁବନେଶ୍ବର ଅଭିମୁଖେ ଆସିଥିଲେ‌। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ତାଙ୍କ ପରିବାର ସଦସ୍ୟଙ୍କୁ ଦେଖି ଅତ୍ୟନ୍ତ ଭାବ ବିହ୍ୱଳ ହୋଇଯାଇଥିଲେ ଆଦର୍ଶ।