ନୂଆଦିଲ୍ଲୀ: ଅମ୍ୱୁଜା ସିମେଣ୍ଟ ଲିମିଟେଡ୍ ଶନିବାର କହିଛି ଏହାର ଅସାଧାରଣ ସଧାରଣ ବୈଠକ(extraordinary general meeting )ରେ ଆଗତ କରାଯାଇଥିବା ସମସ୍ତ ପ୍ରସ୍ତାବକୁ ସେୟାରଧାରକଙ୍କ ମଞ୍ଜୁରୀ ମିଳିଛି । କମ୍ପାନି ସେୟାର ବଜାରକୁ ଏହି ସୂଚନା ଦେଇଛି ।
କମ୍ପାନି କହିଛି ଇଜିଏମରେ ଆଦାନୀ ଗ୍ରୁପର କମ୍ପାନି ହାର୍ମେନିଆ ଟ୍ରେଡ ଆଣ୍ଡ ଇନଭେଷ୍ଟମେଣ୍ଟ ଲମିଟେଡକୁ ସିକ୍ୟୁରିଟି ଜାରି କରି ୨୦,୦୦୦ କୋଟି ଟଙ୍କା ଏକାଠି କରିବାର ଏକ ସ୍ୱତନ୍ତ୍ର ପ୍ରସ୍ତାବ ମଧ୍ୟ ପାରିତ କରିଛି । ଏହି ପ୍ରସ୍ତାବ ପକ୍ଷରେ ୯୧.୩୭ ପ୍ରତିଶତ ସେୟାରଧାରକଙ୍କ ସମର୍ଥନ ରହିଛି ।
ଏହାସହ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ପୁଅ କରଣ ଆଦାନୀ ଏବଂ ଅନ୍ୟ ଦୁଇ ନିର୍ଦ୍ଦେଶକ ତଥା ଚାରି ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କୁ ଅମ୍ୱୁଜା ସିମେଣ୍ଟସର ନିର୍ଦ୍ଦେଶକ ମଣ୍ଡଳରେ ନିଯୁକ୍ତି ଦେବା ସମ୍ପର୍କିତ ପ୍ରସ୍ତାବକୁ ସେୟାରଧାରକଙ୍କ ମଞ୍ଜୁରୀ ମିଳିଛି । ଇଜିଏମରେ ଗୌତମ ଆଦାନୀ ଉପସ୍ଥିତ ନଥିଲେ ଏବଂ ତାଙ୍କ ସ୍ଥାନରେ ତାଙ୍କ ପୁଅ କରଣ ଆଦାନୀ ବୈଠକର ଅଧ୍ୟକ୍ଷତା କରିଥିଲେ ।