ବଢିବାରେ ଲାଗିଛି ‘ଆଦିପୁରୁଷ’ର ମୁସ୍କିଲ

ନୂଆଦିଲ୍ଲୀ: ଟିଜର ରିଲିଜ୍ ପରଠୁ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ମୁସ୍କିଲ ବଢିବାରେ ଲାଗିଛି।ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀର ଏକ ଅଦାଲତରେ ଯାଚିକା ଦାୟର କରାଯାଇଛି। ଚଳଚ୍ଚିତ୍ରରେ ଯେଉଁଭଳି ଭଗବାନ ରାମ ଏବଂ ରାବଣଙ୍କୁ ଚିତ୍ରଣ କରାଯାଇଛି, ଏହାକୁ ଦର୍ଶକ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଭଗବାନ ରାମ ଏବଂ ହନୁମାନ ଚମଡା ପଟି ପିନ୍ଧିବା ଅନୁଚିତ୍ ଏବଂ ଭୁଲ୍ ଚିତ୍ରଣ କରାଯାଉଥିବା ଆବେଦନ ଜରିଆରେ ଅଭିଯୋଗ କରାଯାଇଛି।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମ ରାଉତ। ଫିଲ୍ମ ହିନ୍ଦୁ ଧର୍ମର ଭାବାବେଗକୁ ଆଘାତ ଦେଇଛି।  ତେଣୁ ଏହାକୁ ରୋକ୍ ଲଗାଇବାକୁ ଦାବି କରିଛନ୍ତି ଅନେକ ହିନ୍ଦୁ ସଂଗଠନ। ଫିଲ୍ମର ଟିଜର ଗତ ସପ୍ତାହରେ ଜାରି କରାଯାଇଥିଲା। ଫିଲ୍ମରେ ଲଙ୍କେଶ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଖୁବ୍ ସମାଲୋଚନା କରାଯାଉଛି। ରାମାୟଣର ଇସଲାମୀକରଣ କରାଯାଉଥିବା ଅଭିଯୋଗ ଉଠିଛି।