ଅକ୍ଷୟ କୁମାରଙ୍କ ଗାଡ଼ି ସହ ଧକ୍କା ହେଲା ଅଟୋ

ସାମନାକୁ ଆସିଲା ଭୟଙ୍କର ଦୁର୍ଘଟଣା ବେଳର ଭିଡ଼ିଓ

ମୁମ୍ବାଇ, ୨୦/୦୧: ସୋମବାର ସନ୍ଧ୍ୟାରେ ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେମାନେ ବିଦେଶରୁ ମୁମ୍ବାଇ ଫେରିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା। ବିମାନବନ୍ଦରରୁ ଜୁହୁ ଘରକୁ ଯାଉଥିବା ସମୟରେ, ଏକ ଦ୍ରୁତଗାମୀ ମର୍ସିଡିଜ୍ କାର ଏକ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଅଟୋ ରିକ୍ସାଟି ଅକ୍ଷୟ କୁମାରଙ୍କ ଏସକର୍ଟ ଗାଡ଼ିରେ ଧକ୍କା ହୋଇଥିଲା, ଏବଂ ତା’ପରେ ସେହି ଗାଡ଼ି ସିଧାସଳଖ ଅଭିନେତାଙ୍କ SUV ସହିତ ଧକ୍କା ହୋଇଥିଲା। ଏହି ଘଟଣାରେ ଅଭିନେତା, ତାଙ୍କ ପତ୍ନୀ ଏବଂ ତାଙ୍କ ଟିମ୍ ସଦସ୍ୟମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇ ନଥିବା ସୂଚନା ମିଳିଛି, କିନ୍ତୁ ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଅତ୍ୟନ୍ତ ଭୟଙ୍କର ଦୁର୍ଘଟଣା ବୋଲି ଜଣାପଡ଼ୁଛି।

ଦୁର୍ଘଟଣାରେ କାରର ଡ୍ରାଇଭର ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ରାତି ପ୍ରାୟ 9 ଟା ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣାରେ ମୋଟ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।