ଆଜିର ତାରିଖ ୨୦ ଜାନୁଆରୀ ୨୦୨୬
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଅଜିତ କୁମାର ଡୋଭାଲ, ଅବସରପ୍ରାପ୍ତ ଆଇପିଏସ ଏବଂ ଭାରତର ବର୍ତ୍ତମାନର ଜାତୀୟ ସୁରକ୍ଷା ପରାମର୍ଶଦାତା। ଡୋଭାଲ ଭାରତର ପଞ୍ଚମ ଜାତୀୟ ସୁରକ୍ଷା ପରାମର୍ଶଦାତା। ସେ କୀର୍ତ୍ତି ଚକ୍ରରେ ସମ୍ମାନିତ ହୋଇଛନ୍ତି। ଅପରେସନ ସିନ୍ଦୂର ସମୟରେ ତାଙ୍କ ଭୂମିକା ଅସ୍ମରଣୀୟ।
୨. ରତନ ଥିୟାମ (୨୦ ଜାନୁଆରୀ ୧୯୪୮), ଜଣେ ପ୍ରସିଦ୍ଧ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଏବଂ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ପୂର୍ବତନ ନିର୍ଦ୍ଦେଶକ। ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଅନେକ ନାଟକ ନିର୍ଦ୍ଦେଶନା ଦେଇଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ସାର୍ ତେଜ ବାହାଦୁର ସାପ୍ରୁ (୮ ଡିସେମ୍ବର ୧୮୭୫ – ୨୦ ଜାନୁଆରୀ ୧୯୪୯), ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଓକିଲ ଏବଂ ରାଜନେତା ଥିଲେ। ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ସେ ବ୍ରିଟିଶ ଶାସିତ ଭାରତରେ ଲିବରାଲ ପାର୍ଟିର ନେତା ଥିଲେ।
୨. ହରଭିଳାସ ଶାରଦା (୩ ଜୁନ୍ ୧୮୬୭ – ୨୦ ଜାନୁଆରୀ ୧୯୫୫), ଜଣେ ଭାରତୀୟ ଶିକ୍ଷାବିତ୍, ରାଜନେତା, ସମାଜ ସଂସ୍କାରକ, ଆଇନବିତ୍ ଏବଂ ଲେଖକ ଥିଲେ। ସେ ବାଲ୍ୟବିବାହ ପ୍ରଥାକୁ ରୋକିବା ପାଇଁ ଉଦ୍ଦିଷ୍ଟ ସୁପ୍ରସିଦ୍ଧ ‘ଶାରଦା ଆଇନ’ର ପ୍ରବର୍ତ୍ତକ ଥିଲେ। ସେ ସମାଜସେବା କ୍ଷେତ୍ରରେ ଜଣେ ଅଗ୍ରଣୀ ଥିଲେ। ସେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପେରୋପକାରିଣୀ ସଭା’ର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ।
୩. ଖାନ ଅବଦୁଲ ଗଫର ଖାନ (୬ ଫେବୃଆରୀ ୧୮୯୦ – ୨୦ ଜାନୁଆରୀ ୧୯୮୮), ଜଣେ ମହାନ ରାଜନେତା ଥିଲେ, ଯିଏ ଭାରତର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ସେ ଜଣେ ରାଜନୈତିକ ଏବଂ ଧାର୍ମିକ ଲୋକ ଥିଲେ ଯିଏ ଆଜୀବନ ଶାନ୍ତିବାଦୀ ଏବଂ ଇସଲାମ ଧର୍ମ ଅବଲମ୍ବନ କରିଥିଲେ। ସେ ତାଙ୍କ କାର୍ଯ୍ୟ ଏବଂ ନିଷ୍ଠା ପାଇଁ “ସରହାଦୀ ଗାନ୍ଧୀ” ଭାବରେ ଜଣାଶୁଣା ଥିଲେ। ସେ ବିଂଶ ଶତାବ୍ଦୀରେ ପଖତୁନ (ବା ପଠାଣ; ପାକିସ୍ତାନ ଏବଂ ଆଫଗାନିସ୍ତାନର ମୁସଲିମ ଜାତିଗତ ଗୋଷ୍ଠୀ) ର ପ୍ରମୁଖ ନେତା ଥିଲେ, ଯିଏ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ହୋଇ ‘ସୀମାନ୍ତ ଗାନ୍ଧୀ’ ଭାବରେ ପରିଚିତ ହେଲେ। ସେ ୧୯୨୯ ମସିହାରେ ଖୁଦାଇ ଖିଦମତ୍କର (ଭଗବାନଙ୍କର ସେବକ) ନାମକ ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାକି ବହୁମାତ୍ରାରେ ସଫଳ ହୋଇଥିଲା। ଖାନ ଅବଦୁଲ ଗଫର ଖାନଙ୍କୁ ଭାରତ ସରକାର ୧୯୮୭ ମସିହାରେ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଭାରତ ରତ୍ନ’ ପ୍ରଦାନ କରିଥିଲେ। ତାଙ୍କୁ ଅନେକ ଥର ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।
୪. କରମ ସିଂହ (୧୫ ସେପ୍ଟେମ୍ବର ୧୯୧୫ – ୨୦ ଜାନୁଆରୀ ୧୯୯୩), ଜଣେ ଭାରତୀୟ ସୈନିକ ଏବଂ ଭାରତର ଦ୍ୱିତୀୟ ପରମ ବୀର ଚକ୍ର ପୁରସ୍କାରପ୍ରାପ୍ତ ଥିଲେ। ସେ ୧୯୪୮ ମସିହାରେ ଏହି ସମ୍ମାନ ପାଇଥିଲେ। ତାଙ୍କର ୨୦ ଜାନୁଆରୀ ୧୯୯୩ ରେ ଭାରତର ପଞ୍ଜାବର ବର୍ଣ୍ଣାଲାର ସେହନାରେ ୭୭ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୮୧୭ – କଲିକତାରେ ହିନ୍ଦୁ କଲେଜ ପ୍ରତିଷ୍ଠା ହୋଇଥିଲା।
୧୮୪୦ – ଡଚ୍ ରାଜା ୱିଲିୟମ୍ ଦ୍ୱିତୀୟଙ୍କୁ ରାଜ୍ୟାଭିଷେକ କରାଯାଇଥିଲା।
୧୮୪୧ – ପ୍ରଥମ ଅଫିମ ଯୁଦ୍ଧରେ, ଚୀନ୍ ହଂକଂକୁ ବ୍ରିଟେନକୁ ହସ୍ତାନ୍ତର କରିଥିଲା।
୧୮୬୦ – ଡଚ୍ ସେନା ଇଣ୍ଡୋନେସିଆର ସେଲେବସ୍ ଦ୍ୱୀପରେ ୱାଟାମ୍ପନ୍ ବିଜୟ କଲା।
୧୮୮୭ – ପର୍ଲ ହାର୍ବରକୁ ଆମେରିକୀୟ ସେନେଟ ଏକ ନୌସେନା ଘାଟି ହେବା ପାଇଁ ଅନୁମତି ଦେଇଥିଲା।
୧୮୯୨ – ଏହି ଦିନରେ ବିଶ୍ୱର ପ୍ରଥମ ବାସ୍କେଟବଲ୍ ଖେଳ ଖେଳାଯାଇଥିଲା।
୧୯୨୦ – ଆମେରିକାରେ ସିଭିଲ ଲିବର୍ଟିଜ୍ ଆସୋସିଏସନ୍ ପ୍ରତିଷ୍ଠିତ ହୋଇଥିଲା।
୧୯୫୦ – ଦକ୍ଷିଣ ଆମେରିକୀୟ ଦେଶ ସୁରିନାମ ନେଦରଲ୍ୟାଣ୍ଡସ୍ ଠାରୁ ସ୍ୱାଧୀନ ହୋଇଥିଲା।
୧୯୫୭ – ଏହି ଦିନ ଟ୍ରୋମ୍ବେରେ ଭାରତର ପ୍ରଥମ ପରମାଣୁ ରିଆକ୍ଟର ‘ଅପ୍ସରା’ ଉଦ୍ଘାଟିତ ହୋଇଥିଲା।
୧୯୬୧ – ଜନ୍ ଏଫ୍ କେନେଡି ଆମେରିକାର ୩୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ।
୧୯୭୧ – ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶ ‘କେନ୍ଦ୍ରଶାସିତ ଅଞ୍ଚଳ’ ଭାବରେ ଉଭା ହୋଇଥିଲା।
୧୯୭୨ – ଏହି ଦିନରେ ଭାରତୀୟ ରାଜ୍ୟ ମେଘାଳୟ ପ୍ରତିଷ୍ଠିତ ହୋଇଥିଲା।
୧୯୮୨ – ମଧ୍ୟ ଆମେରିକୀୟ ଦେଶ ହଣ୍ଡୁରାସରେ ସମ୍ବିଧାନ କାର୍ଯ୍ୟକାରୀ ହେଲା।
୨୦୦୬ – ପ୍ଲୁଟୋ ବିଷୟରେ ଅଧିକ ସୂଚନା ପାଇଁ, ନାସା ନ୍ୟୁ ହରାଇଜନ୍ ମହାକାଶଯାନ ଉତକ୍ଷେପଣ କରିଥିଲା।
୨୦୦୯ – ବାରାକ ଓବାମା ଆମେରିକାର ୪୪ତମ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କଲେ।
୨୦୧୦ – ସିନେମାଟୋଗ୍ରାଫର ଭିକେ ମୂର୍ତ୍ତିଙ୍କୁ ପ୍ରତିଷ୍ଠିତ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ଏହି ପୁରସ୍କାର ପ୍ରଥମ ଥର ପାଇଁ ଜଣେ ସିନେମାଟୋଗ୍ରାଫରଙ୍କୁ ଦିଆଯାଇଥିଲା।