ଭୟଙ୍କର ଭୂସ୍ଖଳନ; ୭ ମୃତ, ୮୦ରୁ ଉର୍ଦ୍ଧ୍ବ ନିଖୋଜ

ମାଟିରେ ପୋତି ହୋଇଯାଇଛି ଏକ ଗାଁ

ଜାଭା, ୨୪/୦୧: ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୮୨ ଜଣ ନିଖୋଜ ଅଛନ୍ତି। ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ବେଳେ ଭୂସ୍ଖଳନ ହୋଇଥିଲା।

ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ପଶ୍ଚିମ ବାଣ୍ଡୁଙ୍ଗ ଅଞ୍ଚଳର ଏକ ଗାଁରେ ଭୂସ୍ଖଳନ ହୋଇଛି। ଭୂସ୍ଖଳନରେ ଅନେକ ଘର‌ ମାଟିରେ ମିଶିଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରବଳ ବର୍ଷା ପରେ ଅଚାନକ ପାହାଡ଼ ଖସିଥିଲା। ଭୂସ୍ଖଳନରେ ପାରିସିରଲାଗୁ ଗାଁ ସମ୍ପୂର୍ଣ୍ଣ ମାଟିରେ ପୋତି ହୋଇଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିଲା ଆଶଙ୍କା କରାଯାଉଛି।

ଡିସେମ୍ବର ମାସରେ ଇଣ୍ଡୋନେସିଆର ଆଚେ, ଉତ୍ତର ସୁମାତ୍ରା ଏବଂ ପଶ୍ଚିମ ସୁମାତ୍ରା ପ୍ରଦେଶରେ ଭୟଙ୍କର ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ୧୧୭୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଗତ ନଭେମ୍ବର ୧୩ ତାରିଖରେ ପ୍ରବଳ ବର୍ଷା ପରେ ସିବେଉନିଂ ଗାଁରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଦୁଇ ମାସ ମଧ୍ୟରେ ଏହା ଜାଭାରେ ଦ୍ୱିତୀୟ ବଡ଼ ଭୂସ୍ଖଳନ।