ନୂଆଦିଲ୍ଲୀ, ୨୫/୦୧: ଭାରତର ପ୍ରଖ୍ୟାତ ସାମ୍ବାଦିକ ମାର୍କ ଟୁଲିଙ୍କ ପରଲୋକ ଘଟିଛି। ରବିବାର ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସାମ୍ବାଦିକ କିଛି ସମୟ ଧରି ଅସୁସ୍ଥ ଥିଲେ ଏବଂ ଗତ ସପ୍ତାହ ଧରି ତାଙ୍କୁ ସାକେତର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୨୪ ଅକ୍ଟୋବର ୧୯୩୫ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ଟଲି ୨୨ ବର୍ଷ ଧରି ନୂଆଦିଲ୍ଲୀରେ ବିବିସିର ବ୍ୟୁରୋ ମୁଖ୍ୟ ଥିଲେ। ଟଲି ବିବିସି ରେଡିଓ ୪ କାର୍ଯ୍ୟକ୍ରମ ‘ସମଥିଙ୍ଗ୍ ଅଣ୍ଡରଷ୍ଟୁଡ୍’ର ଉପସ୍ଥାପକ ମଧ୍ୟ ଥିଲେ। ମାର୍କ ଟୁଲି ଏକାଧାରରେ ଜଣେ ଇତିହାସକାର ଏବଂ ଜଣେ ପ୍ରଶଂସିତ ଲେଖକ ଥିଲେ।
ଟଲି ଭାରତ ଉପରେ ଅନେକ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ‘ନୋ ଫୁଲ୍ ଷ୍ଟପ୍ସ ଇନ୍ ଇଣ୍ଡିଆ’, ‘ଇଣ୍ଡିଆ ଇନ୍ ସ୍ଲୋ ମୋସନ୍’ ଏବଂ ‘ଦି ହାର୍ଟ ଅଫ୍ ଇଣ୍ଡିଆ’ ଅନ୍ତର୍ଭୁକ୍ତ।
ତାଙ୍କୁ ୨୦୦୨ ମସିହାରେ ନାଇଟ୍ ଉପାଧି ଦିଆଯାଇଥିଲା ଏବଂ ୨୦୦୫ ମସିହାରେ ଭାରତ ସରକାରଙ୍କଠାରୁ ପଦ୍ମଭୂଷଣ ସମ୍ମାନ ପାଇଥିଲେ।