ବିଶ୍ଵ ଅଲଟରନେଟିଭ୍ ମେଡିସିନ୍ ଫୋରମ୍ ପାଇଁ ଚିନ୍ତା କଲେ କେନ୍ଦ୍ର ସରକାର

ଗୋଆ ସମ୍ମିଳନୀରେ ଯୋଗ ଦେଲେ ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ

ଭୁବନେଶ୍ୱର, ୨୮/୦୧: ସାରା ବିଶ୍ଵରେ ସ୍ଵାସ୍ଥ୍ୟ ଚିକିତ୍ସାର ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଭାରତରେ ଥିବା ମୌଳିକ ଚିକିତ୍ସା ଯେପରିକି, ଆର୍ୟୁବେଦିକ, ନେଚରପାଥ, ଏଲୋପାଥ, ହୋମିଓପାଥ୍ ତଥା ସମସ୍ତ ପାରମ୍ପରିକ ଚିକିତ୍ସା ପଦ୍ଧତିର ମିଳିତ ସହଯୋଗରେ ଏକ ବିଶ୍ଵ ସ୍ଵାସ୍ଥ୍ୟ ଫୋରମ୍ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାରଙ୍କର ଆୟୁଷ ମନ୍ତ୍ରଣାଳୟ ଅଣ୍ଟା ଭିଡିଛି । ଗୋଆ ମୁଖ୍ୟମନ୍ତ୍ରୀଙ୍କ ସଭାପତିତ୍ଵରେ ସାରା ଭାରତ ବର୍ଷରୁ ବିଶିଷ୍ଟ ମାନ୍ୟଗଣ୍ୟ ଏବଂ ସ୍ଵାସ୍ଥ୍ୟ ଚିକିତ୍ସା ସଂପର୍କିତ ବିସ୍ତୃତ ଜ୍ଞାନ ଥିବା ୨୧ଜଣ ବ୍ୟକ୍ତିତ୍ଵମାନଙ୍କୁ ନେଇ ଗୋଆରେ ଏକ ସମ୍ମିଳନୀ କରାଯାଇଥିବା ବେଳେ ଏଥିରେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ନିମନ୍ତ୍ରିତ କରାଯାଇଥିଲା । ସାରା ଭାରତରୁ ସ୍ଵାସ୍ଥ୍ୟ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଜ୍ଞାନୀଗୁଣି ବ୍ୟକ୍ତିତ୍ଵମାନେ ଯୋଗ ଦେଇଥିଲେ । କ୍ୟାନସର, ବ୍ରେନ୍ ଡେଡ୍‌ର ପୂର୍ବାବସ୍ଥା ଏବଂ ଅନ୍ୟାନ୍ୟ ଦୁରାତ୍ମକ ରୋଗ ଭଳି ଦୀର୍ଘ ଦିନ ଧରି ମଣିଷ ଶରୀରରେ ବ୍ୟାପୁଥିବା ରୋଗକୁ ସଂପୂର୍ଣ୍ଣ ନିରାକରଣ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଏହା କାର୍ଯ୍ୟ କରିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି। ଏହି ସମ୍ମିଳନୀରେ ବାବା ରାମଦେବ, ଆଚାର୍ଯ୍ୟ ବାଲକ୍ରିଷ୍ଣା, କେରଳ ଆଡିସ୍‌ନାଲ ଚିଫ୍ ସେକ୍ରେଟାରୀ, ଆୟୁଷର ସେକ୍ରେଟାରୀ, ଆର୍ୟୁବେଦିକ୍ କାଉନ୍‌ସିଲ ଚେୟାରମ୍ୟାନ୍, ଏନ୍‌ଏମ୍‌ସି ନିର୍ଦ୍ଦେଶକ ରାଜେଶ ଶର୍ମାଙ୍କ ସମେତ ବହୁ ପଦାଧିକାରୀ ଯୋଗଦାନ କରିଥିଲେ ଏହି ଚିକିତ୍ସା ପଦ୍ଧତି ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଏଲୋପାଥକ୍ ମେଡିସିନ୍ ସହ ସଂଯୁକ୍ତ କରାଯିବା ସହ ଭାରତରେ ସ୍ଵାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଏକ ନବଦିଗନ୍ତ ଆସିବବୋଲି ଡଃ ତିରୁପତି ପାଣିଗ୍ରାହୀ କହିଛନ୍ତି ।