ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ବିଶ୍ୱ ରେଡ଼ିଓ ଦିବସ ପାଳିତ
ଚଳିତ ବର୍ଷର ପ୍ରସଙ୍ଗ ‘ରେଡ଼ିଓ ଆଣ୍ଡ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ’
ଭୁବନେଶ୍ୱର, ୧୪/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ପକ୍ଷରୁ ଗୁରୁବାର ବିଶ୍ୱ ରେଡ଼ିଓ ଦିବସ ପାଳିତ ହୋଇଯାଇଛି । ବିଶ୍ୱ ରେଡ଼ିଓ ଦିବସର ଚଳିତ ବର୍ଷର ପ୍ରସଙ୍ଗ ରହିଛି ‘ରେଡ଼ିଓ ଆଣ୍ଡ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ’ ।
ଏହି ଅବସରରେ କେକ୍ କଟାଯାଇ ଉତ୍ସବ ପାଳନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଜଏଂଟ ରେଜିଷ୍ଟ୍ରାର ପ୍ରଫେସର ମଧୁବ୍ରତା ମହାନ୍ତି ଏବଂ ଅଫିସିଆଲ୍ ଶ୍ରୀ ଧାରାଶ୍ରୀ ମହାନ୍ତି ଉପସ୍ଥିତ ଥିଲେ ।
କମ୍ୟୁନିଟି ରେଡ଼ିଓର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
କମ୍ୟୁନିଟି ରେଡ଼ିଓର ଇନ୍ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ ଚଳିତ ବର୍ଷର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।