ଆଜିଠୁ ଆରମ୍ଭ ସିବିଏସଇ ପରୀକ୍ଷା

ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର, ୧୭/୦୨: ଆଜିଠୁ ଆରମ୍ଭ ହୋଇଛି ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ପ୍ରଥମ ଦିନରେ ଗଣିତ ପରୀକ୍ଷାରୁ ଆରମ୍ଭ ହୋଇଛି।‌ ମାର୍ଚ୍ଚ ୧୧ରେ ଦଶମ ପରୀକ୍ଷା ସରିବ। ଏପ୍ରିଲ ୧୦ରେ ଦ୍ୱାଦଶ ପରୀକ୍ଷା ଶେଷ ହେବ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବାକୁ ପରୀକ୍ଷା ସମୟରେ ଶାନ୍ତ ଏବଂ ସ୍ଥିର ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ।