ବିରୋଧୀଙ୍କ ହଟ୍ଟଗୋଳ; ଗୃହ କାର୍ଯ୍ୟ ଅଚଳ

ମୁଲତବି ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର, ୨୦/୦୨: ଆଜି ବିଧାନସଭାର ବଜେଟ୍ ଅଧିବେଶନର ଚତୁର୍ଥ ଦିନରେ ଅସ୍ୱାଭାବିକ ରହିଛି ଗୃହକାର୍ଯ୍ୟ। ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲି ପାରିନାହିଁ। ଚାଷୀ ପ୍ରସଙ୍ଗରେ ବିରୋଧୀଙ୍କ ନାରାବାଜି ଲାଗି ରହିଥିବା ବେଳେ ବାଚସ୍ପତି ତିନି ଥର‌ ଗୃହକୁ ମୁଲତବି ଘୋଷଣା କଲେଣି। ପ୍ରଥମେ ୧୧.୩୦ ପରେ ୧୨ଟା ଓ ତା’ପରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

ଚାଷୀ ପ୍ରସଙ୍ଗରେ ହାତରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟ ହୋହଲ୍ଲା ଓ ନାରାବାଜି କରିଥିଲେ। ଫଳରେ ପ୍ରଶ୍ନକାଳ ମାତ୍ର ୬ ମିନିଟ୍ ଚାଲିପାରିଥିଲା। ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ୨୦୨୬- ୨୭ ଉପସ୍ଥାପନ କରିବେ। ଅପରାହ୍ନ ୪ଟାରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।