ଫରେଷ୍ଟର ବାବୁଙ୍କ ଅଧଡଜନେରୁ ଅଧିକ ପ୍ଲଟ

ଘରୁ ମିଳିଲାଣି ୨୧୦ ଗ୍ରାମର ସୁନା, ଅନେକ ଦାମୀ ଗାଡ଼ି ଜବତ

କଳାହାଣ୍ଡି, ୨୦/୦୨: ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କର ଭବାନୀପାଟଣାରେ ୯ ପ୍ଲଟ ଠାବ ହୋଇଛି। ଭବାନୀପାଟଣା ସହରରେ ଗୋଟିଏ ୫୩୦୦ ବର୍ଗଫୁଟର ୩ ମହଲା କୋଠା ମିଳିଛି। ଏହା ବାଦ୍ ଗୋଟିଏ ଟୟୋଟା କ୍ରୁଜର, ୨ ହାର୍ଭେଷ୍ଟ ମେସିନ, ୪ ଟ୍ରାକ୍ଟର, ୧ ବୋଲେରୋ, ଗୋଟିଏ ବାଇକ୍‌ ସହ ୨୧୦ ଗ୍ରାମର ସୁନା ଠାବ କରିଛି ଭିଜିଲାନ୍ସ। ବ୍ୟାଙ୍କ ଓ ପୋଷ୍ଟାଲ ଜମା ନେଇ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି। ଭବାନୀପାଟଣା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ଲକ୍ଷ ଥିବାର ଜଣାପଡ଼ିଛି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର ସକାଳୁ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୨ ହଜାର ମସିହାରେ ୩ ହଜାର ଦରମାରେ ଫରେଷ୍ଟ ଗାର୍ଡ ଚାକିରି ଆରମ୍ଭ କରିଥିବା ଭାଗବତ ଭୂଷଣଙ୍କ ଏତେ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ।