ଟିପିସିଓଡିଏଲ୍‌‌ର ‘ବିଲ୍ ପେ ଆଣ୍ଡ୍ ୱିନ୍‌’ ସ୍କିମ୍‌’

ଭୁବନେଶ୍ୱରର ୯୦ ଜଣ ଉପଭୋକ୍ତା ପାଇଲେ ଆକର୍ଷଣୀୟ ପୁରସ୍କାର

ଭୁବନେଶ୍ୱର, ୨୬/୦୨: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌‌), ପକ୍ଷରୁ ଭୁବନେଶ୍ୱରରେ ‘ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍‌’ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭୁବନେଶ୍ୱର ସର୍କଲ-୧ ର ୯୦ ଜଣ ଉପଭୋକ୍ତାଙ୍କୁ ସମ୍ମାନିତ କରାଯାଇଛି ।

ଭୁବନେଶ୍ୱରର ବିସିଡିଡି ୧, ବିସିଡିଡି ୨ ଏବଂ ବିଇଡି ଡିଭିଜନରୁ ଚୟନ ହୋଇଥିବା ଏହି ବିଜେତାମାନଙ୍କୁ ଏକ ଲକି ଡ୍ର ମାଧ୍ୟମରେ ବଛାଯାଇଥିଲା । ପୁରସ୍କାର ସ୍ୱରୂପ ସେମାନଙ୍କୁ ମୋବାଇଲ୍ ଫୋନ୍ ସମେତ ଅନ୍ୟାନ୍ୟ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଛି ।

ଉପଭୋକ୍ତାମାନଙ୍କୁ ଡିଜିଟାଲ୍ ମାଧ୍ୟମରେ ସଠିକ୍ ସମୟରେ ନିୟମିତ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ଉାହିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ଏହା କେବଳ ସେବା ପ୍ରଦାନ ପ୍ରକ୍ରିୟାକୁ ସହଜ ଓ ଦକ୍ଷ କରୁନାହିଁ, ବରଂ ଏକ ଦୀର୍ଘସ୍ଥାୟୀ ସେବା ପ୍ରଦାନ ଦିଗରେ ଟିପିସିଓଡିଏଲ୍‌‌ ର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି ।

ଏହି ଅବସରରେ ଟିପିସିଓଡିଏଲ୍‌‌ ର ସିଇଓ ଶ୍ରୀ ଅରଭିନ୍ଦ ସିଂ କହିଛନ୍ତି ଯେ, “ଟିପିସିଓଡିଏଲ୍‌‌ ରେ ଉପଭୋକ୍ତାମାନେ ହିଁ ଆମର ସମସ୍ତ କାର୍ଯ୍ୟର କେନ୍ଦ୍ରବିନ୍ଦୁ । ‘ବିଲ୍ ପେ ଆଣ୍ଡ୍ ୱିନ୍‌’ ସ୍କିମ୍ ମାଧ୍ୟମରେ ଆମେ ଉପଭୋକ୍ତାମାନଙ୍କ ସହ ସମ୍ପର୍କ ସୁଦୃଢ଼ କରିବା ସହ ସେମାନଙ୍କୁ ସଠିକ୍ ସମୟରେ ଡିଜିଟାଲ୍ ପେମେଣ୍ଟ କରିବା ପାଇଁ ଉତ୍ସାହିତ କରୁଛୁ । ନିୟମିତ ବିଲ୍ ପୈଠ କରିବା ଦ୍ୱାରା ଆମେ ଆମର ସେବା ଯୋଗାଣ ଅଞ୍ଚଳରେ ଅଧିକ ଦକ୍ଷତାର ସହିତ ଗୁଣାତ୍ମକ ଓ ଭରସାଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇବାରେ ସଫଳ ହେଉଛୁ ।”

ଏଭଳି ଗ୍ରାହକ-କୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ଟିପିସିଓଡିଏଲ୍‌‌ ନିଜର କାର୍ଯ୍ୟଦକ୍ଷତା ଓ ସେବାକୁ ଅଧିକ ଉନ୍ନତ କରିବା ସହ ଉପଭୋକ୍ତାଙ୍କ ସହ ସମ୍ପର୍କକୁ ସୁଦୃଢ କରିବାରେ ଲାଗିଛି । ଏହି ସ୍କିମ୍ କମ୍ପାନୀର ଦାୟିତ୍ୱବାନ ସେବା ପ୍ରଦାନ ଏବଂ ଦୀର୍ଘସ୍ଥାୟୀ ସମାଧାନ ଦିଗରେ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି ।